ଭକ୍ତ ଓ ଭଗବାନଙ୍କର ମିଳନର ପର୍ବ, ଭାଇଚାରା ସହରରେ ଗଡ଼ିଲା ମହାପ୍ରଭୁଙ୍କ ରଥ

By

Published : Jun 20, 2023, 8:35 PM IST

thumbnail

କଟକ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରା ସହର କଟକ । ହଜାର ବର୍ଷର ପୁରାତନ ଐତିହାସିକ କଟକ ନଗରରେ ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶାନ୍ତି ଶୃଙ୍ଖଳା ସହ ସହ ରଥଯାତ୍ରା ସମ୍ପନ୍ନ ହୋଇଛି । ସହରର ଅନ୍ୟତମ ତିନୋଟି ଶ୍ରୀ ଜଗନ୍ନାଥ ମନ୍ଦିର ଚାନ୍ଦିନୀଚୌକ, ହରିପୁର-ଦୋଳମୁଣ୍ଡାଇ ଓ ରାଣୀହାଟ ଶ୍ରୀ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅବସରରେ ହଜାର ହଜାର ଭକ୍ତଙ୍କର ସମାବେଶ ହୋଇଥିଲା । ରଥଯାତ୍ରା ପାଇଁ ସହରର ଟ୍ରାଫିକ ବ୍ୟବସ୍ଥାକୁ କଟକଣା କରାଯାଇଛି। ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଣୀହାଟ, ଦୋଳମୁଣ୍ଡାଇ ଏବଂ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ସଂଲଗ୍ନ ରାସ୍ତାକୁ ଏକତରଫା ଗାଡ଼ି ଚଳାଚଳ ବ୍ୟବସ୍ଥା କରାଯାଇଥିଲା । ସହରରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୬ ଜଣ ଅଫିସର ସୁରକ୍ଷା ଦାୟିତ୍ବରେ ରହିଥିଲେ। କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭିନ୍ନ ଭିନ୍ନ ସମୟରେ ପ୍ରଭୁଙ୍କର ପହଣ୍ଡି ବିଜେ ଏବଂ ରଥ ଟଣାଯାଇଥିଲା । ଚାନ୍ଦିନୀଚୌକ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦିନ ୧୦ ଟାରେ ତିନି ଠାକୁରଙ୍କର ପହଣ୍ଡି ବିଜେ ପରେ ଅପରାହ୍ନ ୨ ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ଚାନ୍ଦିନୀଚୌକର ୩ଟି ରଥ ବେଲଭ୍ୟୁ ଛକ ସ୍ଥିତ ଅସ୍ଥାୟୀ ଗୁଣ୍ଡିଚା ଘରେ ପହଞ୍ଚି ଯାଇଥିଲା । ସେହିଭଳି ଦୋଳମୁଣ୍ଡାଇ ପତିତପାବନଜୀଉ ମନ୍ଦିରରେ ଅପରାହ୍ନରେ ପହଣ୍ଡି ବିଜେ, ଛେରାପହଁରା କରାଯାଇ ଅପରାହ୍ନ ସାଢେ ଚାରିଟା ବେଳେ ରଥ ଟଣା ଯାଇଥିଲା । ଚାନ୍ଦିନୀଚୌକ ଏବଂ ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିରରେ ମାଁ ସୁଭଦ୍ରାଙ୍କର ରଥକୁ ମହିଳାମାନେ ଟାଣିଥିଲେ । ହୁଳହୁଳି, ଶଙ୍ଖ ଧ୍ୱନି ମଧ୍ୟରେ ପ୍ରକମ୍ପିତ ହୋଇ ଉଠୁଥିଲା ସହର ।  ରଥ ଶୋଭାଯାତ୍ରାରେ ନୃତ୍ୟ, ବାଜା ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.