ବିଶ୍ବନିୟନ୍ତାଙ୍କ ଗୁଣ୍ଡିଚା ଯାତ, କଳାହାଣ୍ଡିରେ ଗଡ଼ିଲା ଶ୍ରୀଜିଉଙ୍କ ରଥ

By

Published : Jun 20, 2023, 10:31 PM IST

thumbnail

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନାରେ ଧୁମଧାମରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିରରେ ନିରାଡମ୍ବର ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ, ମନ୍ଦିରରେ ନୀତିକାନ୍ତି ହେବା ପରେ ମହାପ୍ରଭୁ ପହଣ୍ଡି ବିଜେ କରିଥିଲେ । ରଥଯାତ୍ରା ସମୟରେ ପ୍ରବଳ ବର୍ଷା ହୋଇଥିଲା । ଭକ୍ତଙ୍କ ମେଳିରେ ବର୍ଷାରେ ଓଦା ହୋଇ ରଥାରୁଢ଼ ହୋଇଥିଲେ ଶ୍ରୀଜିଉ । କଳାହାଣ୍ଡି ମହାରାଜ ଆସିବା ପରେ ରଥରେ ଛେରା ପହଁରା କରିଥିଲେ । ପରେ ଆରମ୍ଭ ହୋଇଥିଲା ରଥଟଣା । ଶହଶହ ଶ୍ରଦ୍ଧାଳୁଙ୍କ ସମାଗମରେ ଆଗକୁ ଆଗକୁ ବଢ଼ି ଚାଲିଥିଲେ ମହାପ୍ରଭୁ । ମା' ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରେ ରଥ ଯାଇ ପହଞ୍ଚିଥିଲା  । ସେଠାରେ ରଥ ରହିବା ପରେ ଆସନ୍ତାକାଲି ପହଣ୍ଡିରେ ଭାଇଭଉଣୀ ମାଉସୀ ଘରକୁ ଯିବେ । ସେପଟେ ସହରର ୪ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର କାରୁଣ୍ଡ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ରଥଯାତ୍ରା ଅନୁଷ୍ଠିତ ହେବ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ତା କରାଯାଇଥିଲା । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.