ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା, ଚଳଚଞ୍ଚଳ ରାକ୍ଷୀ ବଜାର - ଗୁରୁବାର ରାକ୍ଷୀ ପୂର୍ଣ୍ଣିମା
🎬 Watch Now: Feature Video
ମାଲକାନଗିରି: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ଭାଇର ଶୁଭ କାମନା କରି ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମାଲକାନଗିରିର ରାକ୍ଷୀ ବଜାର । ଭଳିକି ଭଳି ରଙ୍ଗୀନ ରେଶମୀ ସୁତାର ରାକ୍ଷୀରେ ଝଲସୁଛି ରାକ୍ଷୀ ବଜାର । ଗତ ଦୁଇଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଜି ସୁଖିଲା ପାଗ ରହିଥିବାରୁ ରାକ୍ଷୀ ଦୋକାନରେ ଭିଡ ଦେଖାଦେଇଛି । ଭାଇର ମନ ପସନ୍ଦର ରାକ୍ଷୀ ସହ ମିଠା କିଣୁଥିବାରୁ ମିଠା ଦୋକାନରେ ମଧ୍ୟ ଭିଡ ରହିଛି । ଇଟିଭି ଭାରତ, ମାଲକାନଗିରି
Last Updated : Feb 3, 2023, 8:26 PM IST