ଚନ୍ଦ୍ରଯାନ-3: ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ - ବିଭିନ୍ନ ମହଲରୁ ଶୁଭେଚ୍ଛା

🎬 Watch Now: Feature Video

thumbnail

By

Published : Jul 14, 2023, 8:58 PM IST

ଯାଜପୁର:  ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଛି ଚନ୍ଦ୍ରଯାନ-3 । ଆଜି ଅପରାହ୍ନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-3 ଉତକ୍ଷେପଣ କରାଯାଇଛି l  ଏହି ଖବରକୁ ନେଇ ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଛି l 

ଏହି ପରିପ୍ରେକ୍ଷୀରେ ଇସ୍ରୋର ବୈଜ୍ଞାନିକମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ମିଳିଛି l ସମସ୍ତ ଦେଶବାସୀ ଚନ୍ଦ୍ରଯାନ-3ର ସଫଳତା କାମନା କରିଛନ୍ତି ।  ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଯାଜପୁର ଜିଲ୍ଲା ନାଥସାହିର ବାଲୁକା ଶିଳ୍ପୀ ରାକେଶ କୁମାର ପାତ୍ର ନିଆରା ଢଙ୍ଗରେ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି l ଏନେଇ ରାକେଶ ଦୀର୍ଘ 5ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ବାଲିରେ ନିର୍ମାଣ କରିଛନ୍ତି  ଚନ୍ଦ୍ରଯାନ-3ର ଅବିକଳ ଚିତ୍ର । ବାକୁକା କଳା ମାଧ୍ୟମରେ ସେ ଶୁଭେଚ୍ଛା ଜଣାଇଛନ୍ତି l ତେବେ ତାଙ୍କର ଏହି ବାଲୁକା କଳାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମିଥିବାବେଳେ ସମସ୍ତେ ରାକେଶଙ୍କ କଳାକୃତିକୁ ପ୍ରଶଂସା କରିଛନ୍ତି।

ଏହା ମଧ୍ୟ ଦେଖନ୍ତୁ...Chandrayaan-3: ଇତିହାସ ରଚିଲା ଇସ୍ରୋ, ଚାନ୍ଦକୁ ଗଲା ଭାରତର ଚନ୍ଦ୍ରଯାନ; ସଫଳତା ପାଇଁ ଦୀପଦାନ ସହିତ ପୂଜାର୍ଚ୍ଚନା

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.