thumbnail

RajyaSabha: ଉଚ୍ଚ ସଦନରେ ଗୃହୀତ ହେଲା ସିନେମାଟୋଗ୍ରାଫି ସଂଶୋଧନ ବିଲ

By

Published : Jul 27, 2023, 6:08 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଗୃହୀତ ହୋଇଛି ସିନେମାଟୋଗ୍ରାଫି(ଆମେଣ୍ଡମେଣ୍ଡ) ବିଲ 2023 । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆଜି ବିଲ ସମ୍ପର୍କରେ ଉଚ୍ଚସଦନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋନା ହୋଇଥିଲା । ବିରୋଧୀ ଇଣ୍ଡିଆ ସାଂସଦଙ୍କ ବ୍ୟତୀତ ଅନ୍ୟ ସମସ୍ତ ସାଂସଦ ଆଲୋଚନାରେ ଭାଗ ନେଇ ନିଜ ମତ ରଖିଥିଲେ । ସେହିପରି ବିଭାଗୀୟ ମନ୍ତ୍ରୀ ଅନୁରାଗ ଠାକୁର ସଦସ୍ୟଙ୍କ ଆପତ୍ତି ଅଭିଯୋଗ ଓ ପରାମର୍ଶର ଜବାବ ଦେଇଥିଲେ । ଆଲୋଚନାରେ ବିଜେଡି ପକ୍ଷରୁ ସାଂସଦ ପ୍ରଶାନ୍ତ ନନ୍ଦ ଭାଗ ନେଇ ନିଜ ମତାମତା ରଖିଥିଲେ । ପ୍ରଶାନ୍ତ ଫିଲ୍ମ ନିର୍ମାଣ କ୍ଷେତ୍ରରେ ନିଜର ଦଶନ୍ଧୀ ଦଶନ୍ଧୀ ଧରି ଥିବା ଅଭିଜ୍ଞତା ଓ ଅସୁବିଧା ସମ୍ପର୍କରେ ଉଲ୍ଲେଖ  କରିବା ସହିତ, ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ବିଲ ଗୃହୀତ  ହେବା ପରେ ଉପଧ୍ୟାକ୍ଷ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ 11ଟା ଯାଏଁ ମୁଲତବୀ ରଖିଛନ୍ତି । ଦେଖନ୍ତୁ ବିଲ୍‌ ସମ୍ପର୍କରେ କଣ କହୁଛନ୍ତି ସାଂସଦ ପ୍ରଶାନ୍ତ ନନ୍ଦ ।

ଏହାବି ପଢନ୍ତୁ-  HC Bench In Western Odisha: ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣ୍ଣାଙ୍ଗ ପ୍ରସ୍ତାବ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.