ରାଜସ୍ଥାନ ବିଜେପି ଅଫିସରେ ଉତ୍ସବର ମାହୋଲ, ପହଞ୍ଚୁଛନ୍ତି ବରିଷ୍ଠ ନେତା

By ETV Bharat Odisha Team

Published : Dec 3, 2023, 3:47 PM IST

thumbnail

ଜୟପୁର: ରାଜସ୍ଥାନରେ ଦଳର ଐତିହାସିକ ବିଜୟ ପରେ ବିଜେପି ପାର୍ଟି ଅଫିସରେ ଉତ୍ସବର ମାହୋଲ । ତମାମ ବରିଷ୍ଠ ନେତା କାର୍ଯ୍ୟାଳୟରେ ପହଞ୍ଚିବାରେ ଲାଗିଛନ୍ତି । ଦଳର ପ୍ରଦେଶ ସଭାପତି ସି.ପି ଯୋଶୀ, ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଓ ଅନ୍ୟମାନେ କାର୍ଯ୍ୟାଳୟରେ ଉପସ୍ଥିତ ରହିଛନ୍ତି । ଚଳିତ ଥର ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ କାରଣରୁ 199 ଆସନରେ ଭୋଟିଂ ହୋଇଥିବା ରାଜସ୍ଥାନରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ରହିଥିଲା 100 । ବିଜେପି ପ୍ରାୟ 115 ଆସନରେ ଆଗରେ ରହିଛି । ବିଜେପି ସରକାର କରିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଗଲାଣି । ଆଜି 4 ଟି ରାଜ୍ୟ ମଧ୍ୟରୁ 3 ଟିରେ ବିଜେପି କ୍ଷମତା ହାସଲ କରିଛି । ସଂଧ୍ୟାରେ ଦିଲ୍ଲୀରେ ଦଳ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଦେଖନ୍ତୁ ଜୟପୁରର ଦୃଶ୍ୟ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.