ଦଶହରାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ବରୀ - ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ବରୀ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 24, 2023, 2:08 PM IST
ସୋନପୁର: ଆଜି ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ପୀଠରେ ଦଶହରା ପର୍ବ ରାଜରାଜେଶ୍ୱରୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି ମା ସୁରେଶ୍ବରୀ । ଗଡଜାତର ସହରର ମହାବଳୀ ଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ଇଷ୍ଟଦେବୀ ସୁରେଶ୍ବରୀ ଆଶ୍ବୀନ ମହାଳୟା ତିଥିରୁ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜି ଶୁକ୍ଲ ଦଶମୀ ତିଥିରେ ଦେବୀ ମା' ଅନ୍ତିମ ରାଜରାଜେଶ୍ୱରୀ ବେଶ ଧାରଣ କରିଛନ୍ତି। ଅମାବାସ୍ୟା ତିଥିରେ ଧବଳମୁଖୀ, ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ, ଦ୍ୱିତୀୟାରେ ତାରା, ତୃତୀୟାରେ ଷୋଡ଼ଶୀ ବା ତ୍ରୀପୁରା ସୁନ୍ଦରୀ, ଚତୁର୍ଥୀରେ ଭୈରବୀ, ପଞ୍ଚମୀରେ ଭୁବନେଶ୍ବରୀ, ଷଷ୍ଠୀରେ ବଗଳା, ସପ୍ତମୀରେ ଜୟଦୁର୍ଗା, ଅଷ୍ଟମୀରେ ମହିଷ ମର୍ଦ୍ଦିନି, ନବମୀରେ ଧୂମାବତୀ ବେଶରେ ଧାରଣ କରି ମା ସୁରେଶ୍ୱରୀ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଗତ 10 ତାରିଖରୁ ଆରମ୍ଭ ହୋଇଥିବା ସପ୍ତସତୀ ଚଣ୍ଡୀ ମହାଯଜ୍ଞରେ ସାମିଲ ହୋଇ ଦୀପ ଯଜ୍ଞରେ ସାମିଲ ହେଉଛନ୍ତି । ତମାମ ଦିନ ପ୍ରାୟ ଆଠ ଘଣ୍ଟା ଯାଏଁ ଚଣ୍ଡୀପାଠ କରାଯାଉଥିବା ବେଳେ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ଆହୂତି ପ୍ରଦାନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ବିଜୟାଦଶମୀ, ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଲେ ଶ୍ରୀଜିଉ
ଇଟିଭି ଭାରତ, ସୋନପୁର