ପାନ୍ଥନିବାସରେ ପହିଲି ରଜ ମଉଜ - ପାନ୍ଥନିବାସରେ ପହିଲି ରଜ
🎬 Watch Now: Feature Video
ଭୁବନେଶ୍ବର: ବର୍ଷକ ପରେ ଆସିଛି ରଜ । ଘରେ ଘରେ ମହକୁଛି ପିଠାପଣା । ରଜ ପାନ, ମିଠା, ପିଠା ଖାଇ ଦୋଳି ଖେଳରେ ମସଗୁଲ ହେଉଛନ୍ତି କୁଆଁରୀ । ଆଜି ପହିଲି ରଜ ଅବସରରେ ଭୁବନେଶ୍ବର ସ୍ଥିତ ପାନ୍ଥନିବାସରେ ଧୁମଧାମରେ ରଜ ପାଳନ ଚାଲିଛି । ଝିଅମାନେ କୁଙ୍କୁମ, ହାତରେ ମେହେନ୍ଦୀ, ପାଦରେ ଅଳତା ନାଇ ଦୋଳିରେ ଝୁଲୁଛନ୍ତି । ମିଠା ପିଠା ଖାଇ ରଜ ମନାଉଛନ୍ତି ରାଜଧାନୀବାସୀ । ଓଟିଡିସି ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସରେ ପର୍ଯ୍ୟଟନ ବିଭାଗ ଓଟିଡିସି ପକ୍ଷରୁ ଚଳିତ ବର୍ଷ ରଜପର୍ବ ପାଳନ ପାଇଁ ବ୍ୟାପକ ଆୟୋଜନ ହୋଇଛି । ୩ ଦିନ ଧରି ପାନ୍ଥନିବାସରେ ରଜ ପାଳନ ହେବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଗଣପର୍ବ ରଜ । ଗାଁଠୁ ସହର ଯାଏଁ ସବୁଠି ଆଜି ଉତ୍ସାହର ମାହୋଲ । ପହିଲି ରଜରେ ଗାଁରୁ ଭାସି ଆସୁଛି ରଜ ଗୀତ ବନସ୍ତେ ଡାକିଲା ଗଜ...ଗାଁ ହେଉ ଅବା ସହର, ସବୁଠି ଝିଅ ବୋହୂମାନେ ଏକାଠି ହୋଇ ଦୋଳି ଖେଳି ରଜ ମଉଜ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର