ବୃକ୍ଷରୋପଣ ବାର୍ତ୍ତା, ଗଛରେ ରାକ୍ଷୀ ବାନ୍ଧିଲେ ସାହିଭାଇର କର୍ମକର୍ତ୍ତା - raksha bandhan
🎬 Watch Now: Feature Video
ପୁରୀ:ଭଉଣୀ ଭଳି ଗଛର ସୁରକ୍ଷା ସଚେତନତା ବାର୍ତ୍ତା ନେଇ ନିଆରା ଢଙ୍ଗରେ ପାଳିତ ରକ୍ଷା ବନ୍ଧନ ଉତ୍ସବ। ରାକ୍ଷୀ ହେଉଛି ଏକ ଅତୁଟ ବନ୍ଧନ। ଭଉଣୀ ସୁରକ୍ଷାର ବାର୍ତ୍ତା ଦିଏ ପବିତ୍ର ରାକ୍ଷୀ। ତେବେ ଏହି ରାକ୍ଷୀ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ପୁରୀର ସ୍ବେଚ୍ଛାସେବୀ ଅନୁଷ୍ଠାନ ସାହିଭାଇ ର ସଦସ୍ୟ ଓ କର୍ମକର୍ତ୍ତା। ଗଛରେ ବାନ୍ଧିଛନ୍ତି ରାକ୍ଷୀ। ପାରମ୍ପରିକ ଢଙ୍ଗ ରେ ମଧ୍ୟ ପୂଜାର୍ଚ୍ଚନା କରିଚନ୍ତି। ତେବେ ଗଛ ର ସୁରକ୍ଷା ସମେତ ପରିବେଶ ର ସୁରକ୍ଷା ବାର୍ତା ନେଇ ଏହି ନିଆର ରାକ୍ଷୀ ବନ୍ଧନ ଉତ୍ସବ ପୁରୀର ସାହିଭାଇ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି। ଦିନକୁ ଦିନ ଗଛ କଟାଯିବା ଦ୍ବାରା ପରିବେଶ ସନ୍ତୁଳନ ହରାଉଥିବା ସହ ପାଣିପାଗରେ ପରିବର୍ତ୍ତନ ହେଉଛି। ଏହି କାରଣରୁ ବନ୍ୟା, ବାତ୍ୟା, ମରୁଡି ଭଳି ସ୍ଥିତି ଉପୂଜୁଛି। ଏଣୁ ଗଛର ସୁରକ୍ଷା କରିବା ସହ ବୃକ୍ଷ ରୋପଣ କରିବା ପାଇଁ ସାଇ ଭାଇ ଅନୁଷ୍ଠାନ ଅପିଲ କରିଛି। ପବିତ୍ର ରାକ୍ଷୀ ପୁର୍ଣିମା ଅବସରରେ ସାହିଭାଇ ଅନୁଷ୍ଠାନ ତରଫରୁ ଗୁଣ୍ଡିଚା ମନ୍ଦିର ନିକଟ ତୁଳସୀ ବଗିଚା ମଧ୍ୟରେ ଥିବା ବକୁଳ ବୃକ୍ଷକୁ ରକ୍ଷା ସୂତ୍ର ବନ୍ଧନ କରାଯାଇ ଆଜୀବନ ବୃକ୍ଷରାଜିର ସୁରକ୍ଷା ପ୍ରଦାନ ନିମନ୍ତେ ପ୍ରତିଜ୍ଞା ବଦ୍ଧଃ ହେଇଥିଲେ ସାହିଭାଇର ସମସ୍ତ ସଦସ୍ୟ ବୃନ୍ଦ l ଏହି କାର୍ଯ୍ୟକ୍ରମ ସାହିଭାଇର ସମ୍ପାଦକ ଚନ୍ଦ୍ର ଶେଖର ମିଶ୍ର ନେତୃତ୍ବରେ କାର୍ଯ୍ୟକର୍ମ ସଫଳ କରାଇବା ସହ ବୃକ୍ଷକୁ ପୂଜନ କରିଥିଲେ।
Last Updated : Feb 3, 2023, 8:26 PM IST