ଚତୁର୍ମାସ୍ୟା ବ୍ରତ ସମ୍ପୂର୍ଣ୍ଣ ପରେ ସୀମା ଲଙ୍ଘନ ଯାତ୍ରା କଲେ ଶଙ୍କରାଚାର୍ଯ୍ୟ - ଚତୁର୍ମାସ୍ୟା ବ୍ରତ
🎬 Watch Now: Feature Video
Published : Sep 30, 2023, 10:54 AM IST
ପୁରୀ: ଗୋବର୍ଦ୍ଧନ ପୀଠର ପୀଠାଧିଶ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ସୀମା ଲଙ୍ଘନ ଯାତ୍ରା କରିଛନ୍ତି । ପରମ୍ପରା ଅନୁଯାୟୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଚତୁର୍ମାସ୍ୟା ବ୍ରତ ସମ୍ପୂର୍ଣ୍ଣ କରିବା ପରେ ଗୋବର୍ଦ୍ଧନ ମଠରୁ ବାହାରି ବାଲିସାହି ଦେଇ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିଥିଲେ । ମହାପ୍ରଭୁ ପତିତପାବନଙ୍କ ଦର୍ଶନ ପରେ ସେ ମା' ବାଟ ମଙ୍ଗଳାଙ୍କ ଦର୍ଶନ, ନୀଳାମ୍ବରପୁର ବିଲ ମହାଦେବଙ୍କ ଦର୍ଶନ ଓ ମହୋଦଧି ଆରତୀ କରି ଗୋବର୍ଦ୍ଧନ ମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସିଂହଦ୍ଵାର ସମ୍ମୁଖରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ଗୁରୁଜୀ ମହାରାଜାଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ ।
ତେବେ ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲାଯିବା ମାମଲାରେ ରାୟ ଆସିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ । ଶ୍ରୀମନ୍ଦିର ଧାର୍ମିକ ବ୍ୟବସ୍ଥାରେ ସୁପ୍ରିମକୋର୍ଟ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ତାଙ୍କ ପରାମର୍ଶ ନେଉନାହିଁ । ତେଣୁ ଭିତର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସେ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ଜଗତଗୁରୁ ।
ଏହାମଧ୍ୟ ପଢନ୍ତୁ: Ratna Bhandar Issue: ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ହସ୍ତକ୍ଷେପ କଲେନି ହାଇକୋର୍ଟ
ଇଟିଭି ଭାରତ, ପୁରୀ