କେନ୍ଦ୍ରର ଏକଛତ୍ରବାଦ ଶାସନ ବିରୋଧରେ ଗର୍ଜିଲା ପୁରୀ କଂଗ୍ରେସ

By ETV Bharat Odisha Team

Published : Dec 22, 2023, 7:37 PM IST

thumbnail

ପୁରୀ: ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ପୁରୀ ଜିଲ୍ଲା କଂଗ୍ରେସ । ସଂସଦରୁ ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ବନ ପ୍ରତିବାଦରେ ଏହି ଘେରାଉ ଓ ପ୍ରତିବାଦ ସଭା କରାଯାଇଛି । କଂଗ୍ରେସ ଅଭିଯୋଗ କରିଛି କେନ୍ଦ୍ର ସରକାର ଭାରତର ସମ୍ବିଧାନକୁ ହତ୍ୟା କରିଛନ୍ତି । ଗଣତନ୍ତ୍ରକୁ ନଷ୍ଟ କରି ଏକଛତ୍ରବାଦ ଶାସନ ଚଳାଇଛି କେନ୍ଦ୍ର ବିଜେପି ସରକାର । ବିରୋଧୀ ଦଳର ସଂସଦ ପ୍ରଶ୍ନ ପଚାରିଲେ ନିଲମ୍ବିତ କରାଯାଉଛି । ସ୍ଵାଧୀନ ଭାରତରେ 146 ସାଂସଦକୁ ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ କରିବା ଏକ କଳା ଇତିହାସ ବୋଲି କହିଛି ଦଳ । 

ତେବେ ଲୋକସଭା ଓ ରାଜ୍ୟସଭାରେ ଅଧ୍ୟକ୍ଷ କେନ୍ଦ୍ର ସରକାରଙ୍କ ସହ ରହି ବିରୋଧୀଙ୍କ ସ୍ୱରକୁ ଚାପିବା ନିନ୍ଦନୀୟ ବୋଲି ବିରୋଧୀ ଇଣ୍ଡିଆ ମେଣ୍ଟ ଅଭିଯୋଗ କରିଛି । ଦେଶରେ ସୁରକ୍ଷା ବ୍ୟବସ୍ଥା, ଦରଦାମ, ବେକାରୀ, ମହିଳା ନିର୍ଯାତନା ଘଟଣା ଉପରେ ବିରୋଧି ପ୍ରଶ୍ନ କରିବା ପାଇଁ ଯାଇଥିବା ବେଳେ ବିଜେପି ସରକାର ଇସାରାରେ ଲୋକସଭା ଓ ରାଜ୍ୟ ସଭା ଅଧ୍ୟକ୍ଷ ବିରୋଧି ଦଳର କଣ୍ଠ ରୋଧ କରିବା ପାଇଁ ଚେଷ୍ଟା କରିଛନ୍ତି ।ଯାହା ଦୁଃଖର ବିଷୟ ବୋଲି ପୁରୀ ଜିଲା କଂଗ୍ରେସ କହିଛି । ତେବେ କେନ୍ଦ୍ର ସରକାର ଏହି ନୀତିରୁ ନିବୃତ୍ତ ନହେଲେ ବିରୋଧି କଂଗ୍ରେସ ଜନସାଧାରଣଙ୍କ ସହ ବିରାଟ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ତେବେ ଏହି ଅବସରରେ ଏକ ଦାବିପତ୍ର ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପାଚିକା ସଂଘର ଆନ୍ଦୋଳନ

ଇଟିଭି ଭାରତ, ପୁରୀ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.