thumbnail

By ETV Bharat Odisha Team

Published : Sep 18, 2023, 4:26 PM IST

ETV Bharat / Videos

ବାଲେଶ୍ଵରରେ ମାତିଲେ ଲୁଟେରା, ବ୍ୟାଙ୍କ ସଟର କାଟି ଲୁଟିଲେ ଲକ୍ଷ୍ୟାଧିକ ଟଙ୍କା ଓ ଗହଣା

ବାଲେଶ୍ଵର : ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି, ଡକାୟତି, ରାହାଜାନି ଭଳି ଘଟଣା । ଏହାକୁ ରୋକିବାରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଛି । କମର୍ଦ୍ଦା ଥାନା ଅଞ୍ଚଳର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରୁ ଲୁଟ୍‌ କରିଛନ୍ତି ଡକାୟକ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦାରୁହା ଶାଖାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଲୁଟେରାମାନେ ତାଲା ଭାଙ୍ଗି ସହ ସଟର କାଟି ଲୁଟିନେଇଥିବା ଦେଖିବାକୁ ମିଳିଛି । ଲୁଟ କରିବା ପୁର୍ବରୁ ପ୍ରମାଣ ନଷ୍ଟ କରିବା ପାଇଁ ଲୁଟେରାମାନେ ସିସି ଟିଭିରେ କାର୍ଟୁନ ଘୋଡ଼ାଇ ଦେଇଥିଲେ  । ତେବେ ବ୍ୟାଙ୍କରୁ ତେକେ ଟଙ୍କା ଓ ଗହଣା ଚୋରି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

ଏହା ମଧ୍ୟ ପଢନ୍ତୁ....ସ୍କୁଲ ଟେଣ୍ଡର ନାଁରେ ଲାଞ୍ଚ କାରବାର: ୭ ହେଭିୱେଟ ଗିରଫ, ମାୟାନଗରୀ ଯାଏ ଲମ୍ବିଛି ଚେର

ପ୍ରକାଶ ଥାଉକି, ବାଲେଶ୍ୱର ଜିଲ୍ଲା 57 ନମ୍ବର ରାଜ୍ଯ ରାଜପଥ ଚନ୍ଦନେଶ୍ଵର ୟୁନିୟନ ବ୍ୟାଙ୍କକୁ ଲୁଟିନେଇଥିଲେ ଦୁର୍ବୁତ୍ତ । 6ରୁ 7 ଜଣ ଦୁର୍ବୃତ୍ତ ଗ୍ରାହକ ସାଜି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ବ୍ୟାଙ୍କ ଭିତରେ କିଛି ସମୟ ବସିବା ପରେ ବାହାରେ ଥିବା କିଛି ଦୁର୍ବୃତ୍ତ ବ୍ୟାଙ୍କକୁ ବାହାର ପଟୁ ବନ୍ଦ କରିଦେଇଥିଲେ । ପରେ ଭିତରେ ଥିବା ଲୁଟେରାମାନେ ମ୍ୟାନେଜର ଓ ଗ୍ରାହକମାନଙ୍କୁ ବନ୍ଧୁକ ଓ ଛୁରା ଦେଖାଇ ଭୟଭୀତ କରାଇଥିଲେ । ଗ୍ରାହକ ଏବଂ ବ୍ୟାଙ୍କ ମ୍ୟାନେଜର ଏଥିରେ ଭୟଭୀତ ହୋଇ ଯାଇଥିଲେ । ପରେ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଆଣ୍ଠେଇ ଦେଇଥିଲେ ଏବଂ ଗ୍ରାହକମାନଙ୍କ ପାଖରୁ ମୋବାଇଲ ଛଡ଼ାଇ ନେବା ସହିତ ଗ୍ରାହକଙ୍କ ପାଖରେ ଥିବା ଟଙ୍କା ଏବଂ ବ୍ୟାଙ୍କରେ ଥିବା ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇ ବ୍ୟାଙ୍କକୁ ବାହାର ପଟୁ ତାଲା ପକାଇ ପଶ୍ଚିମବଙ୍ଗ ଅଭିମୁଖେ ବାଇକ୍ ଯୋଗେ ଫେରାର ହେଇଯାଇଥିଲେ । ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଥିଲା। ଏବେ ଡକାୟତ ଗ୍ୟାଙ୍ଗର 6 ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । 

ଇଟିଭି ଭାରତ,ବାଲେଶ୍ଵର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.