ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବହେଳା ପ୍ରତିବାଦରେ ଧାରଣା

By ETV Bharat Odisha Team

Published : Dec 29, 2023, 7:55 AM IST

thumbnail

Protest Outside Jatani Health Center: ଖୋର୍ଦ୍ଧା: ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଅବହେଳା । ଏନେଇ ଗୁରୁବାର ଜଟଣୀ ନାଗରିକ କମିଟି ଅଧ୍ୟକ୍ଷ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଏକ ସାଧାରଣା ସଭା ହେବା ସହ ଧାରଣା ଦିଆଯାଇଥିଲା । ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଆଶୁଚିକିତ୍ସା ଅନୁଯାୟୀ ଡାକ୍ତର ଓ ଷ୍ଟାଫ ନଥିବା, ମେଡ଼ିସିନ ବିତରଣ, ଅଲଟ୍ରାସାଉଣ୍ଡ, ଇ. ସି. ଜି.,ଏକ୍ସରେ ଆଦିର ପରିଚାଳନା ସଠିକ ଭାବେ ନହେବାକୁ ନେଇ ଧାରଣା ଦିଆଯାଇଛି । ଜଟଣୀରେ ଜାତୀୟ ସ୍ତରରେ ବହୁ ବଡ଼ ବଡ଼ ଶିକ୍ଷା ଅନୁଷ୍ଠାନ ଥିବା ସହ ଅନେକ ଘରୋଇ ଇଞ୍ଜିନିୟରିଂ କଲେଜ ଓ ବିଶ୍ୱବିଦ୍ୟାଳୟ ଅଛି । 

ଏହା ମଧ୍ୟ ପଢ଼ନ୍ତୁ.... ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ପର୍ବ, ନିଯୁକ୍ତି ପାଇଲେ 2473 ଡାକ୍ତର

ହରିଭାଇନା ଛକ ଠାରୁ ତଳଖେତା ଛକ ଭିତରେ ଥିବା ପ୍ରାୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ ଯିବାଆସିବା ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ, ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ମୃତ୍ୟୁର ଶିକାର ହେଉଛନ୍ତି ।  ଏହି ଧାରଣାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଥିଲେ । ଘଟଣାସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଅଧିକାରୀ ଆସି ବୁଝାସୁଝା କରିଥିଲେ । ପରେ ନାଗରିକ କମିଟି ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.