Watch Video: ହାତୀକୁ ଆଖୁ ଖୁଆଇଲେ ପ୍ରଧାନମନ୍ତ୍ରୀ ମୋଦି - ଥେପାକାଡୁ ଏଲିଫାଣ୍ଟ କ୍ୟାମ୍ପ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18206857-thumbnail-16x9-dddfaf.jpg)
ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ଗସ୍ତରେ ଆସି ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ସେଠାରେ ଥିବା ଥେପାକାଡୁ ହସ୍ତୀ ଶିବିରରେ ପହଞ୍ଚି ହାତୀକୁ ଆଖୁ ଖୁଆଇଛନ୍ତି । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ମୋଦି ଏକ ହାତୀକୁ ତାର ଶୁଣ୍ଢରେ ଆଖୁ ଖୁଆଇ ଦେଉଛନ୍ତି । ଆଜି ସକାଳ ସମୟରେ ସ୍ବତନ୍ତ୍ର ହେଲିକପ୍ଟରରେ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ତାଙ୍କର ଗେଟଅପ୍ ଟିକିଏ ନିଆରା ଥିଲା । ମୁଣ୍ଡରେ କଳା ଟୋପି, ହାତରେ ଜ୍ୟାକେଟ ଓ ଖାକି ପ୍ୟାଣ୍ଟ ପିନ୍ଧି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ମୋଦିଙ୍କ ଏପରି ଲୁକ୍ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକ଼ଡି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ