ଆତ୍ମଶୁଦ୍ଧି ଲାଗି ଯୋଗର ଆବଶ୍ୟକତା ରହିଛି: ରାଷ୍ଟ୍ରପତି - ଯୋଗକୁ ନେଇ ରାଷ୍ଟ୍ରପତିଙ୍କ ଭାଷଣ

🎬 Watch Now: Feature Video

thumbnail

By

Published : Feb 10, 2023, 4:34 PM IST

Updated : Feb 14, 2023, 11:34 AM IST

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ ଆସି ଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନ ବନ୍ଦରରୁ ଜ୍ଞାନପ୍ରଭା ମିଶନ କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ଜୟ ଜଗନ୍ନାଥରୁ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ତେବେ ଏଠାରେ ପିତାମାତାଙ୍କ ଯତ୍ନ ନେବା ଠାରୁ ବଡ଼ ଧର୍ମ କିଛି ନାହି ବୋଲି ରାଷ୍ଟ୍ରପତି କହିଥିଲେ । ଏହି ଅବସରରେ ବେଦବିଦୁସି ଗାର୍ଗୀ, ମୈତ୍ରୟୀ ଏବଂ ଲୋପାମୁଦ୍ରାଙ୍କ କଥା ମନେ ପକାଇଥିଲେ । ଏହି ଅବସରରେ ଆତ୍ମଶୁଦ୍ଧି ଲାଗି ଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି  ।

ରାଷ୍ଟ୍ରପତି କହିଥିଲେ, "ଆଜିର ସମାଜରେ ଆଧ୍ୟାତ୍ମିକତାର ବିକାଶ ହେବା ନିହାତି ଆବଶ୍ୟକ । ଶରୀରକୁ ସୁସ୍ଥ ରଖିବା ସହ ଆତ୍ମାକୁ ବଳ ଦେବା ଦରକାର । ମଣିଷ ବସ୍ତୁବାଦୀ ହେବା ଉଚିତ ନୁହେଁ । ଆତ୍ମଶୁଦ୍ଧି ଲାଗି ଯୋଗର ଆବଶ୍ୟକତା ରହିଛି । ମାନସିକ ଶାନ୍ତିର ମାର୍ଗ ଯୋଗ । ଶରୀର ସହ ଆତ୍ମା ଏବଂ ପରାତ୍ମାକୁ ଯୋଡ଼େ ଯୋଗ । ଯୋଗୋକୁ ଜୀବନରେ ଗୁରୁତ୍ଵ ଦେବା ଦରକାର ।" ନିଜର ସଙ୍ଘର୍ଷମୟ ଜୀବନ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି, "ଗୋଟିଏ ସମୟରେ ମୁଁ ମାନସିକ ଓ ଶାରୀରିକ ଭାବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି । ଏଭଳି ଅବସ୍ଥାରେ ମୁଁ ଯୋଗକୁ ଗ୍ରହଣ କଲି । ଯୋଗ ପାଇଁ ଆଜି ମୁଁ ଏଠି ଛିଡ଼ା ହୋଇଛି ଏବଂ ଆପଣଙ୍କ ସହ କଥା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର 

Last Updated : Feb 14, 2023, 11:34 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.