Children’s Day 2023: ଶିଶୁ ଦିବସରେ ସ୍କୁଲ ପିଲାଙ୍କ ସହ କଥା ହେଲେ ରାଷ୍ଟ୍ରପତି - ଶିଶୁ ଦିବସ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 14, 2023, 12:19 PM IST

ନୂଆଦିଲ୍ଲୀ: ଆଜି ଶିଶୁ ଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ । ଶିଶୁ ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା ସହ କଥାବାର୍ତ୍ତା ହୋଇଛନ୍ତି ।  ସ୍ବାଧୀନ ଭାରତକୁ ବିଶ୍ବରେ ପ୍ରତିଷ୍ଠିତ କରାଇବାରେ ପଣ୍ଡିତ ନେହେରୁଙ୍କ ଭୂମିକା ଅବିସ୍ମରଣୀୟ । ନେହେରୁ ପିଲାମାନଙ୍କୁ ବହୁତ ସ୍ନେହ କରୁଥିଲେ । ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ସେ ସଦାସର୍ବଦା ଚେଷ୍ଟିତ ଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ ।  ଆଜିର ଶିଶୁ ଆଗାମୀ ଦେଶର ଭବିଷ୍ୟତ ବୋଲି ସେ ସର୍ବଦା କହୁଥିଲେ । ସେହି ମହାନ ରାଷ୍ଟ୍ରନେତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ପଲ୍ଲୀରୁ ଦିଲ୍ଲୀ ସବୁ ସ୍ଥାନରେ ଏହି ଦିବସକୁ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ବ ଓ ଶିକ୍ଷା ବିଷୟରେ ସଚେତନ କରିବା ଏହି ଦିବସର ଉଦ୍ଦେଶ୍ୟ ।  

ଏହା ମଧ୍ୟ ପଢନ୍ତୁ: Childrens day: ଆଜି ଶିଶୁ ଦିବସ, ଆସନ୍ତାକାଲିର ଭବିଷ୍ୟତ ଶିଶୁ କଥାକୁ ହୃଦଙ୍ଗମ କରିଥିଲେ ଚାଚା ନେହେରୁ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.