President Celebrated Raksha Bandhan: କୁନି କୁନି ଛାତ୍ରୀ ରାଷ୍ଟ୍ରପତିଙ୍କୁ ବାନ୍ଧିଲେ ରାକ୍ଷୀ
🎬 Watch Now: Feature Video
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧିଲେ କୁନି କୁନି ଛାତ୍ରୀ । ଦିଲ୍ଲୀର ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ମାନେ ରାଷ୍ଟ୍ରପତି ଭବନ ଆସିଥିଲେ । ସମସ୍ତ କୁନି କୁନି ଛାତ୍ରୀ ମାନେ ରାଷ୍ଟ୍ରପତିଙ୍କୁ ରାକ୍ଷୀ ବାନ୍ଧିଥିଲେ । ଛାତ୍ରୀ ମାନେ ରାକ୍ଷୀ ବାନ୍ଧିବା ବ୍ୟତୀତ ବିଭିନ୍ନ କଳାକୃତି ଓ ଚିତ୍ର ଆଙ୍କନ କରି ରାଷ୍ଟ୍ରପତିଙ୍କୁ ଉପହାର ଭାବେ ଦେଇଥିଲେ । ଛାତ୍ରୀ ମାନେ ବିଭିନ୍ନ ବେଶ ପୋଷାକରେ ରାଷ୍ଟ୍ରପତି ଭବନ ଆସିଥିଲେ । ଭିନ୍ନ ଚିତ୍ର ସହିତ ଚନ୍ଦ୍ରାୟନ-3 ସମ୍ପର୍କିତ ଫୋଟ ମଧ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଭାବେ ଦେଇଥିଲେ । କିଛି ଛାତ୍ରୀ ରାଷ୍ଟ୍ରପତିଙ୍କୁ ନମସ୍କାର କରି ଜୟ ଜଗନ୍ନାଥ କହିଥିଲେ । ରାଷ୍ଟ୍ରପତି ମଧ୍ୟ ଜୟ ଜଗନ୍ନାଥ କହିଥିଲେ । ଶେଷରେ ରାଷ୍ଟ୍ରପତି ସମସ୍ତ କୁନି କୁନି ଛାତ୍ରୀଙ୍କୁ ସ୍ବଳ୍ପ ସମ୍ବୋଧନ କରି ନିଜ ଖୁସି ବ୍ୟକ୍ତ କରିଥିଲେ । ସମ୍ବୋଧନରେ ରାଷ୍ଟ୍ରପତି ଛାତ୍ରୀଙ୍କୁ ରକ୍ଷା ବନ୍ଧନର ଶୁଭେଛା ଜଣାଇବା ସହିତ ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହାସହିତ ବିଭିନ୍ନ ଉପଦେଶ ଦେଇଥିଲେ । ଶେଷରେ ରାଷ୍ଟ୍ରପତି ମଧ୍ୟ ଛାତ୍ରୀ ମାନଙ୍କୁ ବିଶେଷ ଉପହାର ପ୍ରଦାନ କରିଥିଲେ । ଦେଖନ୍ତୁ ଭିଡିଓ