ଗାଡ଼ିରୁ ଓହ୍ଲାଇ ଯୁବତୀଙ୍କଠାରୁ କବିତା ନେଲେ ରାଷ୍ଟ୍ରପତି, ଲୋକଙ୍କୁ ଅଭିବାଦନ ଜଣାଇଲେ

By

Published : Jul 26, 2023, 6:43 PM IST

thumbnail

କଟକ: ଲୋକଙ୍କ ନିକଟତର ହେଲେ ମହାମହିମ । ଗାଡ଼ିରୁ ଓହ୍ଲାଇଲେ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଲେ । ଯୁବତୀଙ୍କ ହାତରୁ ତାଙ୍କ ପାଇଁ ଲେଖା ଯାଇଥିବା କବିତାକୁ ବି ଗ୍ରହଣ କଲେ । ଏସ୍‌ସିବି ମେଡ଼ିକାଲ କଲେଜ ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ଯୋଗ ଦେଇଛି ଫେରିବା ସମୟରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଅନେକ ଲୋକଙ୍କ ଭଡ଼ି ଜମିଥିଲା । ଲୋକଙ୍କ ସମାଗମ ଦେଖି ଗାଡ଼ି ଅଟକାଇ ସେମାନଙ୍କ ନିକଟକୁ ଯାଇ ଅଭିବାଦନ ଜଣାଇଲେ । ଏପରିକି ଏସ୍‌ସିବି ମେଡ଼ିକାଲ ପରିସରରେ କିଛି ବାଟ ଚାଲିଛନ୍ତି ରାଷ୍ଟ୍ରପତି ମୁର୍ମୁ । ଏହି ସମୟରେ ବାରଙ୍ଗ ଅଞ୍ଚଳର ସ୍ୱପ୍ନାରାଣୀ ରାଉତ ରାଷ୍ଟ୍ରପତିଙ୍କ ପାଇଁ ଲେଖିଥିବା କବିତା ତାଙ୍କୁ ପ୍ରଦାନ କରିଛନ୍ତି । 'ଓଡ଼ିଆର ପ୍ରାଣ ତୁମେ ଓଡ଼ିଶା କନ୍ୟା' କବିତାଟିକୁ ସେ ନିଜେ ଲେଖି ଉପହାର ସ୍ବରୂପ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । 7 ଘଣ୍ଟା ହେବ ଅପେକ୍ଷା ପରେ ମେଡ଼ିକାଲ ପରିସରର ସୁଯୋଗ ପାଇ ତାଙ୍କୁ ଦେଇପାରିଥିବାରୁ ସ୍ବପ୍ନରାଣୀ ଖୁସି ପ୍ରକାଶ କରିଛନ୍ତି । 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.