ଶେଷ ହେଲା ପ୍ରେସିଡେଣ୍ଟ କପ ଓପନ ଟାଇକୋଣ୍ଡ ଚମ୍ପିଆନସିପ - ଟାଇକୋଣ୍ଡ ଚମ୍ପିଆନସିପ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 5, 2023, 7:33 AM IST

କଟକ: କଟକ ଜବାହରଲାଲ ନେହୁରୁ ଇଣ୍ଡୋର ଷ୍ଟାଡିୟମରେ ଶେଷ ହୋଇଛି ଅଲ ଓଡିଶା ପ୍ରେସିଡେଣ୍ଟ କପ ଓପନ ଟାଇକୋଣ୍ଡ ଚମ୍ପିଆନସିପ। 4ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 350 ଖେଳାଳି ଏଥିରେ ଭାଗ ନେଇଥିଲେ। ସବଜୁନିୟର, ଜୁନିୟର, ସିନିୟର ବର୍ଗରେ ପ୍ରତିଦ୍ବନ୍ଦିତା ହୋଇଥିଲା । ଏହି ମେଗା ପ୍ରତିଯୋଗିତା ପରେ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର କରାଯିବ । ପରେ ଭଲ ଭଲ ଖେଳାଳି ଜାତୀୟସ୍ତରର ଟାଏକଣ୍ଡୋ ଚମ୍ପିଆନସିପରେ ଓଡିଶାର ପ୍ରତିନିଧିତ୍ବ କରିବେ। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ କ୍ଲାସ୍ 1 ,କ୍ଲାସ୍ 2 ଜାତୀୟ ରେଫରୀ ଖେଳକୁ ପରିଚାଳନା କରିଥିଲେ । ଏହି ଖେଳରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ଆଗକୁ ହେବାକୁ ଥିବା ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ କିଭଳି ଭଲ ପ୍ରଦର୍ଶନ କରିପାରିବେ ତାହା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଏହି ଖେଳକୁ ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ ତଥା କଟକ ଜିଲ୍ଲା ଆର୍ମେଚର୍ ଟାଇକୋଣ୍ଡ ଆସୋସିଏସନ ପରିଚାଳନା କରିଥିଲା । ଓଡିଶା ଟାଇକୋଣ୍ଡ ଆସୋସିଏସନ ସଭାପତି କୃଷ୍ଣଚନ୍ଦ୍ର ଦାସ ଉପସ୍ଥିତ ରହି କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। 
ଏହା ମଧ୍ୟ ପଢନ୍ତୁ-ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା: ଓଡ଼ିଆ ଝିଅ ଶ୍ରଦ୍ଧା ସୁମନଙ୍କୁ ସ୍ବର୍ଣ୍ଣ ପଦକ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.