thumbnail

ଅଁଳା ନବମୀ ପାଇଁ ପ୍ରଶାସନ ପ୍ରସ୍ତୁତି, ମନ୍ଦିରକୁ ମୋବାଇଲ ନେବା ମନା

By ETV Bharat Odisha Team

Published : Nov 16, 2023, 9:26 PM IST

ପୁରୀ: ପବିତ୍ର ଅଁଳା ନବମୀକୁ ନେଇ ୨ୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳ ପଞ୍ଚସଖା ପାଠାଗାର ଠାରେ ଆୟୋଜିତ ଏହି ବୈଠକରେ ସେବାୟତ ସଂଘ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଶ୍ରୀରାଧାଙ୍କର ଓଡିଆଣୀ ବେଶରେ କିଭଳି ଭକ୍ତମାନେ ଶୃଙ୍ଖଳିତ ଦର୍ଶନ ପାଇବେ ସେ ନେଇ ଆଲୋଚନା କରାଯାଇଛି । ମନ୍ଦିର ଭିତରକୁ ମୋବାଇଲ ଉପରେ କଟକଣା ଜାରି କରିଛି ପ୍ରଶାସନ । ଭକ୍ତ କି ସେବାୟତ ମନ୍ଦିର ଭିତରକୁ ମୋବାଇଲ ନେଇ ପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହାଛଡ଼ା ପ୍ରତି ବର୍ଷ ଭଳି ଶ୍ରୀରାଧା ପାଦ ଦର୍ଶନ ସମୟରେ ଶ୍ରୀ ରାଧାଙ୍କ ପାଦ ସ୍ପର୍ଶ କରିବା ଉପରେ ପୂର୍ବ ଭଳି କଟକଣା ରହିଛି । ଶୃଙ୍ଖଳିତ ଦର୍ଶନ ସଠିକ୍ ସମୟରେ ଦେବନୀତି ସଂପନ୍ନ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଭକ୍ତମାନଙ୍କୁ ଯୋଗାଇ ଦେବା ପାଇଁ ଗୁରୁତ୍ୱ ଦିଆଯାଇଥିଲା । ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଜିଲ୍ଲାପାଳ ଭବତରଣ ସାହୁ, ତହସିଲଦାର ଜୟନ୍ତ ଜୟସିଂହ, ବିଡ଼ିଓ ଲିପ୍ସା ରାୟ, ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି, ଦେବୋତ୍ତର ଆସିଷ୍ଟାଣ୍ଟ କମିସନର ଗଗନ ସାହୁ, ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ଏବଂ ସମସ୍ତ ବିଭାଗର ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଆସନ୍ତା ୨୧ ତାରିଖରେ ଅଁଳା ନବମୀ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ ....ଗୋଲାପୀ ରଙ୍ଗରେ ରଙ୍ଗୀନ ହେବ ବଡ଼ଦାଣ୍ଡ, ନୂଆବର୍ଷରୁ ସବୁ କୋଠାକୁ କରାଯିବ ସୌନ୍ଦର୍ଯ୍ୟକରଣ!



ଇଟିଭି ଭାରତ,ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.