ରାତି ପାହିଲେ ବିଦାୟ ନେବେ ମା' ଜଗତଜନନୀ, ସରିଲା ମେଲାଣି ପ୍ରସ୍ତୁତି - ମା ଦୁର୍ଗାଙ୍କ ମେଲାଣି ପାଇଁ ସରିଲା ପ୍ରସ୍ତୁତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/24-10-2023/640-480-19846635-thumbnail-16x9-c.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 24, 2023, 5:06 PM IST
କଟକ: ସରିଆସିଲା ଶାରଦୀୟ ଦୁର୍ଗା ପୂଜା । ଆଜି ହେଉଛି ଦଶମୀ । ରାତି ପହିଲେ ମାଆ ନେବେ ମେଲାଣି । ଏନେଇ ଚୂଡାନ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି । ଦେବୀଗଡା ନିକଟରେ କଟକର ୧୭୦ରୁ ଉର୍ଦ୍ଧ୍ବ ମେଢ଼ ବିସର୍ଜନ ହେବେ । ସେନେଇ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଥିବା କହିଛନ୍ତି କଟକ ମେୟର ସୁବାଷ ସିଂ । ପୂଜା ଆରମ୍ଭ ହେବା ପୂର୍ବରୁ ଦେବୀଗଡାରେ ଭସାଣୀ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଆସନ୍ତାକାଲି ମାଆଙ୍କ ମେଲାଣି ପାଇଁ ଏଠାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି ।
ପୂଜା ଆରମ୍ଭରୁ ଭଷାଣି ଉତ୍ସବ ପାଳନ ନିମନ୍ତେ ଦେବୀଗଡା ଠାରେ ପ୍ରସ୍ତୁତି ଆରମ୍ଭ କରିସାରିଥିଲା ମହାନଗର ନିଗମ । ବର୍ତ୍ତମାନ ମା'ଙ୍କ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାସ୍ତା ଘାଟ ଠାରୁ ଆରମ୍ଭ କରି ପରିମଳ, ଦେବୀଗଡା ସଫେଇ ଅଲୋକି କରଣଙ୍କୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମେୟର। ଏହି ଐତିହାସିକ ସ୍ଥାନରେ ସହରର ୧୭୦ରୁ ଅଧିକ ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ହେବ । ତେବେ ମା'ଙ୍କ ଭସାଣୀ ସମୟରେ ଲକ୍ଷ ଲକ୍ଷ ଲୋକ କଟକରେ ଏକଜୁଟ ହେବେ । ଏବଂ ମାଆଙ୍କୁ ବିଦାୟ ଦେବେ । ଫଳରେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦେବୀଗଡା ରେ ସ୍ଥାୟୀ ସେଡ ଠାରୁ ଆରମ୍ଭ କରି ଶୌଚାଳୟର ସୁବିଧା କରିବ ସିଏମସି। ଦେବୀଗଡାର ରାସ୍ତାକୁ ମଧ୍ୟ ପ୍ରଶସ୍ତ କରିବା ସହ ଆଗକୁ ଦେବୀଗଡ଼ାରେ ସ୍ଥାୟୀ ବିସର୍ଜନ ସ୍ଥଳୀ ନିର୍ମାଣ ପାଇଁ ଯୋଜନା କରୁଛି ସିଏମସି ।
ଏହା ମଧ୍ୟ ପଢନ୍ତୁ: ନଭେମ୍ବର ୨୭ରୁ କଟକ ବାଲିଯାତ୍ରା: ସ୍ୱାସ୍ଥ୍ୟ, ପରିମଳ ଓ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ
ଇଟିଭି ଭାରତ, କଟକ
TAGGED:
Cuttack Devigada