କାଳୁଆ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ; ୧୫ ଦିନ ଧରି ଉତ୍ସବ ମୁଖର ରହିବ ବ୍ରହ୍ମପୁର - ଗୋଷାଣି ନୂଆଗାଁ କାଳୁଆ ଯାତ୍ରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 21, 2023, 12:18 PM IST


ବ୍ରହ୍ମପୁର: ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଆ କାଳୁଆଙ୍କ ଯାତ୍ରା ପାଇଁ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ପ୍ରତ୍ୟେକ ବର୍ଷ ମହାଳୟା ଅମାବାସ୍ଯାଠାରୁ ଆରମ୍ଭ ହେଉଥିବା ମାଆଙ୍କ ଯାତ୍ରା କୁମାର ପୂର୍ଣ୍ଣିମାରେ ଉଦଯାପିତ ହୋଇଥାଏ । ୧୫ ଦିନ ଧରି ଆୟୋଜିତ ହେଉଥିବା ଏହି ଯାତ୍ରାକୁ ନେଇ ଉତ୍ସବ ମୁଖର ହୋଇପଡିଥାଏ ସମଗ୍ର ବ୍ରହ୍ମପୁର ଅଞ୍ଚଳ । ଚଳିତ ବର୍ଷ ଗୋଷାଣି ନୂଆଗାଁ ଅଧିଷ୍ଠାତ୍ରୀ ଦେବୀ ମାଆ କାଳୁଆଙ୍କ ଏହି ପ୍ରସିଦ୍ଧ ବାର୍ଷିକ ଯାତ୍ରା ପାଇଁ ବୁଧବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଯାତ୍ରା କମିଟିର ସଭାପତି ଜଗନ୍ନାଥ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମାଆଙ୍କ ବାପଘର କୁହାଯାଉଥିବା ଅସ୍ଥାୟୀ ମଣ୍ଡପରୁ ଗ୍ରାମବାସୀ ଏବଂ କମିଟି ବୃନ୍ଦ ଏକ ଶୋଭାଯାତ୍ରାରେ ମୁଖ୍ୟ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ  । ସେଠାରୁ ଆସି ମାଆ ୧୫ ଦିନ ଧରି ରହିବାକୁ ଥିବା ଅସ୍ଥାୟୀ ମନ୍ଦିରର ସମ୍ମୁଖରେ ଶୁଭଖୁଣ୍ଟିକୁ ସ୍ଥାପନ କରାଯାଇଥିଲା । 

ଏହାମଧ୍ୟ ପଢନ୍ତୁ: ନୂଆଖାଇ ପାଇଁ ଚଳଚଞ୍ଚଳ ବୌଦ୍ଧ, ଭୈରବଙ୍କ ପୀଠରେ ଲାଗି ହେଲା ନବାନ୍ନ

କାହିଁ କେଉଁ କାଳରୁ ବ୍ରହ୍ମପୁର ସହରର ଗୋଷାଣି ନୂଆଗାଁ ଅଞ୍ଚଳରେ ପ୍ରସିଦ୍ଧ ମାଆ କାଳୁଆଙ୍କ ଯାତ୍ରା ଆୟୋଜିତ ହୋଇଆସୁଛି । ଶୁଭଖୁଣ୍ଟି ସ୍ଥାପନ ସମୟରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ, ସ୍ଥାନୀୟ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ । ଆସନ୍ତା ଅକ୍ଟୋବର ମାସ ୧୪ ତାରିଖ ମହାଳୟା ଅମାବାସ୍ଯାର ମଧ୍ଯରାତ୍ରରେ ଏହି ଯାତ୍ରା ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଅର୍ଥାତ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୁଧବାର ଦିନ ତମାମ ଲଗାଣ ବର୍ଷା ସତ୍ତ୍ୱେ ସମସ୍ତ ନୀତି ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଇଥିଲା । 
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.