ଆଜି ପବିତ୍ର ପ୍ରଥମାଷ୍ଟମୀ, ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଲା ହସ - ଦିବ୍ୟାଙ୍ଗ ବିଦ୍ୟାଳୟରେ ପ୍ରଥମାଷ୍ଟମୀ ପାଳିତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 5, 2023, 12:53 PM IST

ବାଲେଶ୍ବର: ଆଜି ପବିତ୍ର ପ୍ରଥମାଷ୍ଟମୀ । ଓଡ଼ିଶାର ପୁର ଠାରୁ ପଲ୍ଲି ପର୍ଯ୍ୟନ୍ତ ଘରେଘରେ ପାଳନ ହେଉଛି ଗଣପର୍ବ ପ୍ରଥମାଷ୍ଟମୀ । ଏହାକୁ ଆନନ୍ଦର ସହ ପାଳନ କରିବା ସହିତ ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ଜାମା ପରିଧାନ କରାଯିବା ସହ ବନ୍ଦାପନା କରାଯାଏ । ଏନେଇ ଗାଁରୁ ସହର ସବୁଠି ଉତ୍ସବମୁଖର। ସବୁରି ଘରେ ପିଠା ପଣାର ପସରା । ନୂଆ ଲୁଗା ସାଙ୍ଗକୁ ପିଠା ମିଠାର ମଜା ନେଉଛନ୍ତି ସମସ୍ତେ । ତେବେ ଏହାରି ମଧ୍ୟରେ ଘର ଛାଡ଼ି ଆବାସିକ ଦିବ୍ୟାଙ୍ଗ ବିଦ୍ୟାଳୟରେ ରହୁଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଛି ସିମୁଳିଆ ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଅଞ୍ଚଳରେ ଥିବା କେଶବ ପୁରସ୍ତମ ଦିବ୍ୟାଙ୍ଗ ବିଦ୍ୟାଳୟରେ ଆଜି ପ୍ରଥମାଷ୍ଟମୀ ଉପଲକ୍ଷେ ହ୍ୟୁମାନ କେୟାର ଫାଉଣ୍ଡେସନ ପହଞ୍ଚି ଅନ୍ତେବାସୀଙ୍କୁ ନୂଆ ଲୁଗା ପିନ୍ଧାଇବା ସହ ସେମାନଙ୍କୁ ମିଠା ଖୁଆଇଥିବା ଦେଖିବାକୁ ମିଳିଥିଲା । ସଂଗଠନର ସଦସ୍ୟମାନେ ଏହି ଦିବ୍ୟାଙ୍ଗ ବିଦ୍ୟାଳୟରେ ପହଞ୍ଚି ଯେମିତି ଘରେ ପଢ଼ୁଆଁ ପିଲାଙ୍କୁ ବନ୍ଦାପନା କରାଯାଏ ଠିକ ସେମିତି ବନ୍ଦାପନା କରି ନୂଆ ଲୁଗା ପିନ୍ଧାଇଥିଲେ । ତେବେ ପିଲାମାନେ ନୂଆ ଡ୍ରେସ୍‌ ପାଇବା ପରେ ସେମାନଙ୍କ ମନରେ ଅନେକ ଖୁସି ଦେଖିବାକୁ ମିଳିଥିଲା । ନୂଆ ଲୁଗା ଓ ମିଠା ଖାଇବା ପରେ ଏକ ପ୍ରକାର ଉତ୍ସବର ମାହୋଲ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ।  

ଏହା ମଧ୍ୟ ପଢନ୍ତୁ- ପ୍ରଥମାଷ୍ଟମୀରେ ପଢ଼ୁଆଁ ହେଲେ ଘରର ଜ୍ୟେଷ୍ଠ, ଘରେ ଘରେ ଏଣ୍ଡୁରୀ ମହକ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.