ରାଉରକେଲାରେ ବଢୁଛି ବାୟୁ ପ୍ରଦୂଷଣ, ଦିନ 12ଟା ଯାଏଁ ପଡୁନି ସୂର୍ଯ୍ୟ କିରଣ

By ETV Bharat Odisha Team

Published : Jan 13, 2024, 6:44 AM IST

thumbnail

ରାଉରକେଲା: ରାଉରକେଲା ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ବାୟୁ ପ୍ରଦୂଷଣ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ପ୍ରଦୂଷଣ ଯେତିକି ବଢୁଛି ଏହା ଯୋଗୁଁ କୁହୁଡି ଭଳି ଆସ୍ତରଣ ରାଉରକେଲା ସହରରେ ଜାରି ରହୁଛି । ଏଥିରେ ବାହାରକୁ ବାହାରିଲେ ଆଖି ପୋଡ଼ିବା ସହ ବାୟୁ ମଣ୍ଡଳରେ ପ୍ରବଳ ଧୂଳିକଣା ମହଜୁଦ ଥିବା ଅନୁଭୂତ ହେଉଛି । ଏପରିକି ଦିନ 12ଟା ବେଳକୁ ମଧ୍ୟ ସୂର୍ଯ୍ୟ କିରଣ ଠିକରେ ପଡିପାରୁନାହିଁ । ତେବେ ଶୁକ୍ରବାର ରାଉରକେଲା ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସ 160 ରହିଥିବାବେଳେ ଗତ ତିନି ଚାରିଦିନ ମଧ୍ୟରେ ଏହି ପ୍ରଦୂଷଣ ଯୋଗୁଁ ଏୟାର କ୍ବାଲିଟି ଇଣ୍ଡେକ୍ସ ପ୍ରାୟ 180ରୁ 230 ମଧ୍ୟରେ ରହୁଛି । ରାଉରକେଲା ମହାନଗର ନିଗମ, ସ୍ମାର୍ଟ ସିଟି ଲିମିଟେଡ଼, ରାଉରକେଲା ଇସ୍ପାତ କାରଖାନା ଏବଂ ପ୍ରଦୂଷଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।  

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ, ୭ ସହରରେ ସ୍ଥିତି ଅତି ସାଙ୍ଘାତିକ

ଆଞ୍ଚଳିକ ପ୍ରଦୂଷଣ ବିଭାଗ ପ୍ରଦୂଷଣ ବୃଦ୍ଧିକୁ ସ୍ବୀକାର କରିଥିବାବେଳେ ଏହାର ନିରାକରଣ ଲାଗି ଉଦ୍ୟମ କରାଯାଉଥିବା କ୍ୟାମେରା ପଛରେ କହିଛନ୍ତି । ତେବେ ପ୍ରଦୂଷଣକୁ ରୋକିବା ପାଇଁ ରାଉରକେଲା ପ୍ରଶାସନ ମଧ୍ୟ ତତ୍ପର ଥିବା କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର । ବର୍ତ୍ତମାନ ସୁଦ୍ଧା ଗତବର୍ଷ ଭଳି ଭୟଙ୍କର ସ୍ଥିତି ରାଉରକେଲାରେ ଉପୁଜି ନାହିଁ । କାରଣ ଏଥର ରାଉରକେଲାରେ ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା ହୋଇନାହିଁ ଏବଂ ଏହାକୁ ରୋକିବାକୁ ସଜାଗ ରହିଛି ପାନପୋଷ ବନ ବିଭାଗ । NHAI ମଧ୍ୟ ଏହି ରାଉରକେଲା ସହର ଦେଇ ଯାଇଥିବା NH ଗୁଡିକୁ ତଦାରଖ କରୁଛି ଏବଂ ଏହାସହ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଫଗ୍‌ କ୍ୟାନନ ମେସିନରେ ସିଞ୍ଚନ କରାଯାଉଛି ଏବଂ ଖୁବଶୀଘ୍ର ପ୍ରଦୂଷଣ ନିୟନ୍ତ୍ରଣ ଲାଗି ରାଉରକେଲାରେ କିଛି ନୂଆ ଡିଭାଇସ ଲଗାଯିବ ବୋଲି କହିଛନ୍ତି କମିଶନର ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.