thumbnail

By

Published : Jul 20, 2023, 7:34 PM IST

Updated : Jul 21, 2023, 12:42 PM IST

ETV Bharat / Videos

ସାଧାରଣ ନିର୍ବାଚନ ପୂର୍ବରୁ ଗୋପାଳପୁରରେ ପାଗ ଭିଡିଲା କଂଗ୍ରେସ


ବ୍ରହ୍ମପୁର: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ସମସ୍ତ ଦଳମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି ‌। ଏଭଳି ସମୟରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପାଗ ଭିଡିଛି କଂଗ୍ରେସ । ଗତ ସାଧାରଣ ନିର୍ବାଚନରେ ଏଠାରେ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ବିଜୁ ଜନତା ଦଳରେ ସାମିଲ ହେବା ପରେ ନିର୍ବାଚନ ମଣ୍ଡଳୀରେ ଦିଗହରା ହୋଇଯାଇଥିଲା କଂଗ୍ରେସ। ତେବେ ଦଳର ସଂଗଠନକୁ ପୁଣି ସୁଦୃଢ଼ କରିବାକୁ ଆଗେଇ ଆସିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ତଥା ଦଳର ବରିଷ୍ଠ ନେତା ଶମ୍ଭୁନାଥ ପାଣିଗ୍ରାହୀ। 

ଏହା ମଧ୍ୟ ପଢନ୍ତୁ...କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ପ୍ରସଙ୍ଗ ଉଠାଇବେ ନରସିଂହ, ଏକାଠି ଲଢ଼ିବୁ କହିଲେ ଜୟଦେବ

ପୂର୍ବରୁ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ନେତା ଭାବରେ ପରିଚିତ ଶମ୍ଭୁ ନିଜେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବାସିନ୍ଦା ଅଟନ୍ତି। ଆଗକୁ 2024 ନିର୍ବାଚନ ଥିବାରୁ ସେ ପୁଣି ନିଜ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦଳର ସଂଗଠନକୁ ବୃଦ୍ଧି କରିବାକୁ ଆଗେଇ ଆସିଛନ୍ତି। ଗତ କିଛି ମାସ ଧରି ଲୋକଙ୍କ ସୁଖଦୁଃଖରେ‌ ସାମିଲ ହେବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିବା ପାଇଁ ବ୍ରହ୍ମପୁର ସହରର ଆଙ୍କୁଲିଠାରେ କର୍ମୀ ସମ୍ମିଳନୀ ଆୟୋଜନ କରିଥିଲେ । ଯେଉଁଥିରେ ବିଜେପି ଓ ବିଜେଡ଼ି ଦଳୀୟ କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଗୋପାଳପୁରରେ ବିଜେଡି ଦଳର ଗୋଷ୍ଠୀ କନ୍ଦଳକୁ ନେଇ ସମାଲୋଚନା କରିଛନ୍ତି ବରିଷ୍ଠ ନେତା ଶମ୍ଭୁନାଥ ପାଣିଗ୍ରାହୀ।
 

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jul 21, 2023, 12:42 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.