ଗୀତରେ ସାଇବର ସଚେତନତା, ବାଲିଯାତ୍ରାରେ ପୋଲିସ ପ୍ରୟାସକୁ ପ୍ରଶଂସା

By ETV Bharat Odisha Team

Published : Nov 29, 2023, 5:15 PM IST

thumbnail

କଟକ: ଆରମ୍ଭ ହୋଇଛି କଟକ ଐତିହାସିକ ବାଲିଯାତ୍ରା । ଚଳଚଞ୍ଚଳ ହୋଇଛି ବାଲିଯାତ୍ରା ପଡିଆ । ପଡ଼ିଆରେ ଜମୁଛି ବ୍ୟବସାୟ । ଏହାରି ମଧ୍ୟରେ ବର୍ତ୍ତମାନ ବଢୁଥିବା ସାଇବର ଅପରାଧକୁ ହୃଷ୍ଟିରେ ରଖି ନିଆରା ଢଙ୍ଗରେ ଲେକଙ୍କୁ ସଚେତନ କରୁଛି ପୋଲିସ । ଷ୍ଟେଜରେ ବିଭିନ୍ନ ପ୍ରକାର ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛି ପୋଲିସ । ବରିଷ୍ଠ ପୋଲିସ ଅଧିକାରୀମାନେ ଷ୍ଟେଜରେ ଗୀତ ଗାଇ ଲୋକଙ୍କୁ ସଚେତନ କରାଉଛନ୍ତି । ତେବେ ଚଳିତଥର ଏପରି ପ୍ରଥମ ଥର ପାଇଁ ବାଲିଯାତ୍ରା ପଡ଼ିଆରେ ସାଇବର ଅପରାଧର ସଚେତନ କରୁଛି ପୋଲିସ । 

ସୂଚନା ଥାଉ କି, ସାଇବର ଅପରାଧ ଏବେ ସମସ୍ତଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରୁଛି । ସଚେତନତା ଅଭାବରୁ ଅନେକ ଲୋକ ଏହି ଅପରାଧର ଶିକାର ହେଉଛନ୍ତି । ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯାହାକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଛି । ବାଲିଯାତ୍ରାରେ ଯେହେତୁ ଲକ୍ଷ ଲକ୍ଷ ଲୋକଙ୍କର ସମାବେଶ ହେବ ସେଥିପାଇଁ ଏହି ସ୍ଥାନରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛି ପୋଲିସ । ସେପଟେ ପୋଲିସର ଏପରି ନିଆରା ପ୍ରାୟସକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.