Birth control remark controversy: ‘ବିଧାନସଭାରେ ଏମିତି ଭାଷା କେହି କଳ୍ପନା କରିନଥିଲେ’
🎬 Watch Now: Feature Video
Published : Nov 8, 2023, 5:30 PM IST
ଭୋପାଳ: ଜନ୍ମ ନିୟନ୍ତ୍ରଣ ପ୍ରସଙ୍ଗରେ ବିଧାନସଭାରେ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ସାରା ଦେଶ ସମାଲୋଚନା ପ୍ରକାଶ ପାଇଛି । ଗତକାଲି ଠାରୁ ତମାମ ବିଜେପି ନେତା ଏହାକୁ ନିନ୍ଦା କରିସାରିଥିବା ବେଳେ ଆଜି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ମହିଳା ସଦସ୍ୟା ଥିବା ବିଧାନସଭାରେ ‘ଇଣ୍ଡିଆ’ ମେଣ୍ଟର ଜଣେ ନେତା ଏପରି ଭାଷା ବ୍ୟବହାର କରିବେ, କେହି କେବେ କଳ୍ପନା ମଧ୍ୟ କରିନଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆଜି ମଧ୍ୟ ପ୍ରଦେଶ ଗୁନାରେ ଏକ ନିର୍ବାଚନୀ ସଭାମଞ୍ଚରୁ ଏହି ପ୍ରସଙ୍ଗ ଉଠାଇ ନୀତିଶଙ୍କ ନାମ ନନେଇ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନର ସରକାରଙ୍କୁ କ୍ଷମତାଚ୍ଯୁତ କରିବା ପାଇଁ ଅଣ୍ଟା ଭିଡିଥିବା ଜଣେ ‘ଇଣ୍ଡିଆ’ ମେଣ୍ଟ ନେତାଙ୍କ ସଦନରେ ଏପରି ଭାଷା ବ୍ୟବହାର କରିବେ ତାହା କଳ୍ପନା ବାହାରେ ଥିଲା । ଏପରି ବ୍ୟବହାର ସତ୍ତ୍ବେ ମଧ୍ୟ ତାଙ୍କୁ ଲଜ୍ଜା ଅନୁଭବ ହେଉନାହିଁ । କେବଳ ସେହି ନେତା ଜଣକ ନୁହନ୍ତି ବରଂ ଇଣ୍ଡିଆ ମେଣ୍ଟର କୌଣସି ନେତା ଏହା ବିରୋଧରେ ଏପର୍ଯ୍ୟନ୍ତ ଗୋଟିଏ ଶବ୍ଦ କହିବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ