ETV Bharat / bharat

ସ୍କୁଲରେ ଲଜ୍ଜା: 80 ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଲେ ପ୍ରିନ୍ସିପାଲ, ବ୍ଲେଜର ପିନ୍ଧି ଘରକୁ ଫେରିଲେ - PRINCIPAL ORDER TO REMOVE SHIRTS

ଝାଡଖଣ୍ଡର ଧାନବାଦ ଜିଲ୍ଲାର ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଲେ ପ୍ରିନ୍ସିପାଲ । ବିନା ସାର୍ଟରେ ଘରକୁ ଫେରିଲେ ଛାତ୍ରୀ ।

school principal orders girls to remove shirts  for celebrating pen day in Jharkhand
school principal orders girls to remove shirts for celebrating pen day in Jharkhand ((ETV Bharat))
author img

By ETV Bharat Odisha Team

Published : Jan 12, 2025, 10:17 AM IST

ରାଞ୍ଚି: ଝାଡଖଣ୍ଡର ଏକ ଘରୋଇ ସ୍କୁଲରେ ଘଟିଛି ଲଜ୍ଜାଜନକ ଘଟଣା । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଲେ ପ୍ରିନ୍ସିପାଲ୍ । ଜଣେ କି ଦୁଇ ଜଣ ନୁହଁ ଏକା ସାଙ୍ଗରେ 80 ଜଣ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଥିଲେ, ଶେଷରେ ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରକୁ ଫେରିଥିଲେ ଛାତ୍ରଛାତ୍ରୀ । ଗୁରୁବାର ଦିନ ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର ଏକ ଜଣାଶୁଣା ଘରୋଇ ସ୍କୁଲରେ ଏପରି ଘଟଣା ଘଟିବା ପରେ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ ।

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

ଦଶମ ଶ୍ରେଣୀ ବୋର୍ଡ ପରିକ୍ଷା ଆଗକୁ ଥିବାରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଗୁରୁବାର ଶେଷ ଦିନ ଥିଲା । ସେହି ଦିନକୁ ସ୍ମରଣୀୟ କରିବାକୁ ଦଶମ ଶ୍ରେଣୀର ଛାତ୍ରୀମାନେ ପେନ ଡେ ପାଳନ କରୁଥିଲେ। ସମସ୍ତ ପରସ୍ପରର ସାର୍ଟରେ ବିଦାୟକାଳୀନ ମେସେଜ ଲେଖୁଥିଲେ । କିନ୍ତୁ ଏହା ସ୍କୁଲର ପ୍ରିନ୍ସିପାଲ୍ ଏମ୍ ଦେବଶ୍ରୀଙ୍କୁ ପସନ୍ଦ ଆସିନଥିଲା। ଏହା ପରେ ପ୍ରିନ୍ସିପାଲ୍ ପ୍ରଥମେ ସମସ୍ତ ଛାତ୍ରୀଙ୍କୁ ଏକ କ୍ଲାସକୁ ନେଇଥିଲେ । 80ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଥିଲେ ।

ବିନା ସାର୍ଟରେ ଘରକୁ ଫେରିଲେ ଛାତ୍ରୀ:

ଖାଲି ଏତିକି ନୁହେଁ, ସାର୍ଟ ଖୋଲିବା ପରେ କୌଣସି ଛାତ୍ରୀଙ୍କୁ ସାର୍ଟ ପିନ୍ଧିବାକୁ ଅନୁମତି ମଧ୍ୟ ଦେଇନଥିଲେ କେବଳ ବ୍ଲେଜର ପିନ୍ଧିବାକୁ ଅନୁମତି ଦିଆଯାଇଥିଲା। ଏନେଇ ସ୍କୁଲ ଆଡମିନିଷ୍ଟ୍ରେସନକୁ ଜଣାଇଥିଲେ ମଧ୍ୟ କେହି କିଛି ଶୁଣିନଥିଲେ । ଶେଷରେ ବିନା ସାର୍ଟିରେ କେବଳ ବ୍ଲେଜର ପିନ୍ଧି କାନ୍ଦି କାନ୍ଦି ଘରକୁ ଫେରିଥିଲେ ସମସ୍ତ ଛାତ୍ରୀ । ପିତାମାତାଙ୍କୁ ଘଟଣା ସମ୍ପର୍କରେ ଅବଗତ ମଧ୍ୟ କରାଇଥିଲେ । ଛାତ୍ରୀ ମାନେ ଏବେ ଏହି ପେନ ଡେକୁ ଦିବସକୁ ଏକ ଆଘାତ ଦିବସ ବୋଲି କହୁଛନ୍ତି।

ଏହା ମଧ୍ୟ ପଢନ୍ତୁ-କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ - COLLEGE STUDENT GANG RAPED

ଏହା ମଧ୍ୟ ପଢନ୍ତୁ-ମାଲକାନଗିରିରେ ଲଜ୍ଜା; ଛୁରୀ ଦେଖାଇ ନାବାଳିକା ସହ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଗିରଫ - MAN RAPED MINOR GIRL

ଚିନ୍ତାରେ ଅଭିଭାବକ:

ଘଟଣା ସମ୍ପର୍କରେ ଛାତ୍ର ମାନଙ୍କ ଅଭିଭାବକ ଜାଣିବା ମାତ୍ରେ କ୍ରୋଧିତ ହୋଇ ଆଜି ଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଡିସିଙ୍କ ଠାରୁ ସ୍କୁଲ ପ୍ରିନ୍ସପାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନଙ୍କ ଝିଅମାନଙ୍କ ସହିତ ଏପରି ଲଜ୍ଜାଜନକ କାର୍ଯ୍ୟ କରାଯାଇଥିବାରୁ ପିତାମାତା ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି । ଏନେଇ ଜଣେ ଅଭିଭାବକ କହିଛନ୍ତି, ''ଏହି ଘଟଣାକୁ ନେଇ ଆମ ଝିଅ ମାନେ ଚିନ୍ତାରେ ଅଛନ୍ତି । ଯଦି ଏପରି ପରିସ୍ଥିତିରେ ସେମାନେ କୌଣସି ଭୁଲ ପଦକ୍ଷେପ ନିଅନ୍ତି ତେବେ ଆମ ମାନଙ୍କର କ'ଣ ହେବ । ଏହି ଘଟଣା ପାଇଁ ଦାୟୀ କିଏ ହେବ? ଏହା କରିବା ଦ୍ୱାରା ଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼ିବ, ତାହା ପ୍ରିନ୍ସିପାଲ୍ କଣ ଜାଣିପାରିଲେ ନାହିଁ ।

ଛାତ୍ରୀ ମାନେ କିଛି ଭୁଲ ନିଷ୍ପତ୍ତି ନେଲେ ଦାୟୀ କିଏ ରହିବ ?

ଅଭିଭାବକ ଆହୁରି ମଧ୍ୟ କହିଛନ୍ତି, '' ଝିଅ ମାନେ କେବଳ ପେନ୍‌ ଡେ ମନାଉଥିଲେ । ଯଦି ସ୍କୁଲର ଏହା କରିବାରେ କୌଣସି ସମସ୍ୟା ଥିଲା, ତେବେ ସେ ପ୍ରଥମେ ଅଭିଭାବକମାନଙ୍କୁ ଜଣାଇବା ଉଚିତ ଥିଲା। ଆମେ ଆମ ପିଲାମାନଙ୍କୁ ବୁଝାଇ ଦେଇଥାନ୍ତୁ। କିନ୍ତୁ ସେମାନହ୍କୁ ସାର୍ଟ ଖୋଲିବାକୁ କୁହାଯାଇ ଘରକୁ ପଠାଇ ଦିଆଯାଇଥିଲା। ଆମ ଝିଅମାନଙ୍କର କଣ କୌଣସି ସମ୍ମାନ ନାହିଁ । ଆମେ ସେମାନଙ୍କର ଏପରି ଅବସ୍ଥା ଦେଖିପାରୁନାହୁଁ । ଯଦି ଝିଅମାନେ କିଛି ଭୁଲ ନିଷ୍ପତ୍ତି ନିଅନ୍ତି ତେବେ କଣ ହେବ ? ତାଙ୍କର ବର୍ତ୍ତମାନ ଦଶମ ଶ୍ରେଣୀ ପରୀକ୍ଷା ଅଛି, ଏହା ପୂର୍ବରୁ ସେମାନେ ମାନସିକ ଚାପରେ ଅଛନ୍ତି । '' ଅଭିଭାବକମାନେ ଡିସିଙ୍କ ନିକଟରେ ପ୍ରିନ୍ସିପାଲଙ୍କ ଇସ୍ତଫା ଏବଂ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

କାର୍ଯ୍ୟାନୁଷ୍ଠାନ ପାଇଁ ଡିସି ପ୍ରତିଶ୍ରୁତି ଦେଇଥିଲେ

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ବିଧାୟକ ରାଗିଣୀ ସିଂହ ମଧ୍ୟ ଅଭିଭାବକଙ୍କ ସହିତ ଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଭିଭାବକ ଏବଂ ବିଧାୟକ ରାଗିଣୀ ସିଂହ ଡିସି ମାଧବୀ ମିଶ୍ରଙ୍କ ସହ କଥା ହୋଇଥିଲେ। ଅଭିଭାବକମାନେ କହିଛନ୍ତି ଯେ, ଡିସି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ବିଧାୟକ ରାଗିଣୀ ସିଂହ କହିଛନ୍ତି ଯେ, ଏହି ଘଟଣା ଲଜ୍ଜାଜନକ।

ଡିସି ମାଧବୀ ମିଶ୍ର କହିଛନ୍ତି ଯେ, ଆମେ ଅଭିଭାବକ ଏବଂ କିଛି ଛାତ୍ରୀଙ୍କ ସହ କଥା ହୋଇଛୁ। ଜିଲ୍ଲା ପ୍ରଶାସନ ଏହି ବିଷୟକୁ ବହୁତ ଗମ୍ଭୀରତାର ସହ ନେଇଛି। ଏହି ଘଟଣାର ତଦନ୍ତ ପାଇଁ ଏକକମିଟି ଗଠନ କରାଯାଇଛି। ତଦନ୍ତ କମିଟି ସ୍କୁଲକୁ ଯାଇ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ। ସେମାନଙ୍କ ରିପୋର୍ଟ ଆଧାରରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହା ସହିତ, ଆବଶ୍ୟକ ହେଲେ, ଏକ ଏଫଆଇଆର ମଧ୍ୟ ଦାୟର କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.