thumbnail

New Parliament Inauguration: ରାଜଦଣ୍ଡକୁ ସାଷ୍ଟାଙ୍ଗ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ

By

Published : May 28, 2023, 11:48 AM IST

ନୂଆଦିଲ୍ଲୀ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ନୂଆ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ସମୟରେ ସଂସଦ ଭବନ ପରିସରରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ସାମିଲ ହୋଇଥିଲେ । ପୂଜାର୍ଚ୍ଚନା ଶେଷ ପରେ ରାଜଦଣ୍ଡକୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଉପସ୍ଥିତ ପଣ୍ଡିତ ମାନେ ରାଜଦଣ୍ଡକୁ ମୋଦିଙ୍କୁ ପ୍ରଦାନ କରିଥିଲେ । ପରେ ଏହାକୁ ନେଇ ଲୋକସଭା ଗୃହକୁ ପ୍ରବେଶ କରିବା ପରେ ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ସ୍ଥାପନ କରିଥିଲେ ମୋଦି । ପରେ ପରେ ସଂସଦ ଭବନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ । ସଂସଦ ଭବନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଶ୍ରମିକମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସର୍ବଧର୍ମ ପ୍ରାର୍ଥନା ସଭାରେ ନିମନ୍ତ୍ରିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରାର୍ଥନା ଶେଷ ହେବା ପରେ ଅତିଥି ମାନଙ୍କୁ ଭେଟିଥିଲେ ମୋଦି । 

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.