Ordinance Row: କେଜ୍ରିଓ୍ବାଲଙ୍କୁ ବଳ ଦେଲେ KCR, କହିଲେ ଅଧ୍ୟାଦେଶ ଜରୁରୀ ସ୍ଥିତିଠୁ ମଧ୍ୟ ଖରାପ - କେସିଆରଙ୍କୁ ଭେଟିଲେ କେଜ୍ରିଓ୍ବାଲ

🎬 Watch Now: Feature Video

thumbnail

By

Published : May 27, 2023, 5:36 PM IST

ହାଇଦ୍ରାବାଦ: ଦିଲ୍ଲୀ ପ୍ରଶାସନିକ ଅଧ୍ୟାଦେଶ ପ୍ରସଙ୍ଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଖୋଲା ସମର୍ଥନ ଘୋଷଣା କରିଛନ୍ତି । ସେ କେନ୍ଦ୍ରର ଏହି ଅଧ୍ୟାଦେଶ ଦିଲ୍ଲୀବାସୀଙ୍କ ସହ ଅନ୍ୟାୟ ବୋଲି କହିଛନ୍ତି । ଆଜି ହାଇଦ୍ରାବାଦରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ମିଳିତ ପ୍ରେସମିଟରେ କେ.ସି.ଆର କେଜ୍ରିଓ୍ବାଲଙ୍କୁ ସମର୍ଥନ ଘୋଷଣା କରିବା ସହ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ।

କେସିଆର କହିଛନ୍ତି, ‘‘ଦିଲ୍ଲୀରେ ଜନମତ ଆଧାରରେ ସରକାର ନିର୍ବାଚିତ ହୋଇଛି । ଏହା କୌଣସି ମନୋନୀତ ସରକାର ନୁହେଁ । କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଦିଲ୍ଲୀବାସୀଙ୍କୁ ଅପମାନିତ କରିଛି । ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ମଧ୍ୟ କେନ୍ଦ୍ର ସମ୍ମାନ ଦେଇନାହିଁ । ସର୍ବାଚ୍ଚ କୋର୍ଟରୁ ରାୟ ପ୍ରକାଶ ପାଇବା ପରେ କେନ୍ଦ୍ର ଏହି ଅଧ୍ୟାଦେଶ ଆଣିବା ଜରୁରୀ ସ୍ଥିତି ଠାରୁ ମଧ୍ୟ ଆହୁରି ଖରାପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଧ୍ୟାଦେଶକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । କେସିଆରଙ୍କ ଖୋଲା ସମର୍ଥନ ପରେ କେଜ୍ରିଓ୍ବାଲ ତାଙ୍କୁ ଧନ୍ୟବାଦ ଦେଇଥିଲେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.