ଗ୍ରୀସ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ, ଖୁସିରେ ମୋଦି ମୋଦି ନାରା ଦେଲେ ପ୍ରବାସୀ ଭାରତୀୟ - ଗ୍ରୀସରେ ମୋଦି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/25-08-2023/640-480-19354415-thumbnail-16x9-modi.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 25, 2023, 1:18 PM IST
ଏଥେନ୍ସ: ପ୍ରଧାନମନ୍ତ୍ରୀ ମୋଦି ଆଜି ଦିନିକିଆ ଗ୍ରୀସ ଗସ୍ତ କରିଛନ୍ତି । ଏହି ଅବସରରେ ରାଜଧାନୀ ଏଥେନ୍ସ ଠାରେ ପ୍ରବାସୀ ଭାରତୀୟମାନେ ଢୋଲ ବାଜା ବଜାଇ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ଭାରତ ମାତାକି ଜୟ, ବନ୍ଦେ ମାତରମ୍ ଧ୍ବନିରେ କମ୍ପିଛି ପୁରା ଅଞ୍ଚଳ । ଚନ୍ଦ୍ରଯାନ-୩ର ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦି ଗ୍ରୀସ୍ ଯାଇଥିବାରୁ ଏଠାରେ ରହୁଥିବା ପ୍ରବାସୀମାନେ ଖୁବ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି । ତାଙ୍କୁ ସ୍ବାଗତ କରିବାରୁ ସେ ରହିବାକୁ ଥିବା ହୋଟେଲ ଗ୍ରାଣ୍ଡେ ବ୍ରେଟାଗନେ ବାହାରେ ଅନେକ ପ୍ରବାସୀ ଭାରତୀୟମାନେ ରୁଣ୍ଡ ହୋଇଥିଲେ । ହାତରେ ଜାତୀୟ ପତାକା ଓ ପ୍ଲାକାର୍ଡ ଧରି ମୋଦି ମୋଦି ନାରା ଦେଇଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ହାତ ମିଳାଇବା ସହ କଥା ହୋଇଥିଲେ । ତେବେ ଦୀର୍ଘ ୪୦ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ । ଶେଷଥର ୧୯୮୩ ମସିହାରେ ଇନ୍ଦିରା ଗାନ୍ଧୀ ଗ୍ରୀସ ଯାଇଥିଲେ ।