ମଣିପୁର ହିଂସା ଦୁର୍ଭାଗ୍ୟଜନକ କହିଲେ ପ୍ରଧାନମନ୍ତ୍ରୀ, ଶୁଣନ୍ତୁ ଲାଲକିଲ୍ଲାରୁ ମୋଦିଙ୍କ ଭାଷଣ - ସ୍ବାଧୀନତା ଦିବସ 2023

🎬 Watch Now: Feature Video

thumbnail

By

Published : Aug 15, 2023, 11:55 AM IST

ନୂଆଦିଲ୍ଲୀ: 77ତମ ସ୍ବାଧୀନତା ଦିବସରେ ଐତିହାସିକ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 140 କୋଟି ଭାରତୀୟଙ୍କୁ ପରିବାର ବୋଲି ସମ୍ବୋଧନ କରିଛନ୍ତି ମୋଦି । ଏହା ସହ ମଣିପୁର ହିଂସାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି,'' କିଛି ଦିନ ହେବ ମଣିପୁର ହିଂସା ମୋତେ ବ୍ୟଥିତ କରିଛି । ଏହାରି ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ବସ୍ତି ଦେଇଛି । ଦେଶ ମଣିପୁରବାସୀଙ୍କ ସହ ରହିଛି । ଉତ୍ତରପୂର୍ବାଞ୍ଚଳର ଏହି ରାଜ୍ୟରେ ସ୍ଥିତି ସୁଧୁରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁର ଶାନ୍ତି ବଜାୟ ରଖିବାକୁ ଏକାଠୀ କାର୍ଯ୍ୟ କରୁଛନ୍ତି ସଂସ୍କାର ଆଣିବାକୁ ସାହାସ ଦରକାର । ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ଓ ରହିବ । 2014ରେ ସରକାର ଗଠନ କରିବା ପରେ ସଂସ୍କାର ଆଣାଯାଉଛି । ସଂସ୍କାର ଆଣିବା ପାଇଁ ମୋ ସରକାରର ସାହସ ଅଛି । ପୁନଃଗଠନ ସହ ପ୍ରଦର୍ଶନ କରି ଦେଶର ବିକାଶରେ ସାମିଲ ହୋଇଛି ମୋ ସରକାର । କିଛି ଦିନ ହେବ କିଛି ଅଞ୍ଚଳରେ ପ୍ରକୃତିର କୋପ ଦେଖିବାକୁ ମିଳିଛି । ଯେଉଁମାନେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି ସମସ୍ତଙ୍କୁ ମୋର ସମବେଦନା ।'' 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.