Gandhi Jayanti: ପୁରୀରେ ବୃକ୍ଷ ରୋପଣ, ରକ୍ତଦାନ ଓ ନିଶାମୁକ୍ତ ଓଡ଼ିଶା ସଂକଳ୍ପ - plantation by bjd
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 2, 2023, 9:16 PM IST
ପୁରୀ: ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡ଼ିର ପଦଯାତ୍ରା ଆରମ୍ଭ ହୋଇଛି । ଏଥିସହିତ ବୃକ୍ଷରୋପଣ, ରକ୍ତଦାନ ଶିବିର ଆୟୋଜନ ମଧ୍ୟ କରାଯାଉଛି । ପୁରୀ ନଗର ବିଜେଡି ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେଡି ଉପସଭାପତି ସୁନିଲ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶହ ଶହ ବିଜେଡି କର୍ମୀ ସାମିଲ ହୋଇଥିଲେ । ଏହାସହ ମିଶନ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହୋଇଥିବାବେଳେ ୧୨୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ଏହା ବି ପଢନ୍ତୁ...Gandhi Jayanti: କଟକରେ ଜାତିର ପିତାଙ୍କ ଭଗ୍ନ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ପୁରୀ ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ଉଦଘାଟନ କରିଥିଲେ । ଅନୁଷ୍ଠାର ସଂପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି 'ମଦମୁକ୍ତ ଓଡିଶା ନିଶାମୁକ୍ତ ଓଡିଶା' ପାଇଁ ଗାନ୍ଧୀ ସ୍ମୃତି ପୀଠରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ଏଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।
ଇଟିଭି ଭାରତ, ପୁରୀ