thumbnail

ଉତ୍କଳ ଦିବସ: ସୂଚନା ଓ ଲୋକ ସମ୍ପର୍କ ପକ୍ଷରୁ ବୀରପୁତ୍ରଙ୍କ ଫଟୋ ଚିତ୍ର ପ୍ରଦର୍ଶନ

By

Published : Apr 1, 2023, 5:36 PM IST

ଭୁବନେଶ୍ବର: ବିଶ୍ବର କୋଣ ଅନୁକୋଣରେ ରହୁଥିବା ପ୍ରତି ଓଡ଼ିଆ ପାଳନ କରୁଛନ୍ତି ଓଡ଼ିଶା ଦିବସ । ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଫଟୋ ଚିତ୍ର ପଦର୍ଶନୀ କରାଯାଇଛି । ଏଥିରେ ସ୍ୱାଭିମାନ ଉତ୍କଳର ଅସ୍ମିତା ପାଇଁ ଲଢେଇ କରିଥିବା ବୀରପୁତ୍ର ମାନଙ୍କ ଫଟୋ ଚିତ୍ର ପ୍ରଦର୍ଶନ କରାଯାଇଛି । ସେମାନଙ୍କର ତ୍ୟାଗ, ତପସ୍ୟା ଓ ସଂଘର୍ଷର କାହାଣୀକୁ ନେଇ ପ୍ରତିଟି ଓଡ଼ିଆ ସାଧକଙ୍କର ଫଟୋ ଲଗାଯାଇଛି । ଉତ୍କଳମଣି ଗୋପବନ୍ଧୁ, ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ ବହୁ ବୀରପୁରୁଷଙ୍କ ଫଟୋ ପ୍ରଦର୍ଶିତ କରାଯାଇଛି । ଖାଲି ସେତିକି ନୁହେଁ ଓଡ଼ିଶା ପ୍ରଦେଶର ମାନଚିତ୍ର ବର୍ଣ୍ଣନା ସହ ବର୍ତ୍ତମାନର ଜନ ନାୟକମାନଙ୍କର ମଧ୍ୟ ଫଟୋ ଲଗାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ଗଠନରେ ନେତୃତ୍ୱ ନେଇଥିବା ମହିୟସୀ ମହିଳାଙ୍କ ଫଟୋ ଶୋଭା ପାଉଛି । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.