ନନ୍ଦିଘୋଷରେ ମହାପ୍ରଭୁ; କଣେଇ କଣେଇ ଦେଖୁଛି କାଳିଆ ! ଚକାନୟନ ଦର୍ଶନରେ ତୃପ୍ତ ତନୁମନ - ରଥରେ ବିଜେ କଲେ ମହାପ୍ରଭୁ
🎬 Watch Now: Feature Video
ପୁରୀ: ନାହିଁ ପରିସୀମା ତୁମ୍ଭର ମଣିଆ...ତୁମ୍ଭେ ପରା ସର୍ବବ୍ୟାପୀ । ଆଜି ବଡଦାଣ୍ଡରେ ଭକ୍ତ ଭଗବାନଙ୍କର ହୋଇଛି ମହାମିଳନ । ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାବାହୁ । ଭକ୍ତ ମେଳରେ ଝୁଲି ଝୁଲି ଆସି ନନ୍ଦିଘୋଷ ରଥରେ ବିଜେ କରିଛନ୍ତି କାଳିଆ ରାଜା । ରଥାରୂଢ଼ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନରେ କୃତ୍ୟ କୃତ୍ୟ ହୋଇଛନ୍ତି ଭକତଜନ । ତୃପ୍ତ ହୋଇଛି ତନୁ ମନ । ଘଣ୍ଟଘଣ୍ଟା, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଛି ବଡଦାଣ୍ଡ ।
ନୀତି ନିର୍ଘଣ୍ଟ ଅନୁଯାୟୀ, ତିନି ଠାକୁର ଶ୍ରୀଜଗନ୍ନାଥ, ବଳଭଦ୍ର ଓ ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଶେଷ ହୋଇଛି । ଧାଡି ପହଣ୍ଡିରେ ଆସି ତିନି ରଥରେ ବିଜେ କରିଛନ୍ତି ତିନି ଠାକୁର । ରଥ ଉପରେ ଚକାଆଖିକୁ ଦେଖିଦେଇ ପବିତ୍ର ହୋଇଛି ଏ ଚର୍ମଚକ୍ଷୁ । ନନ୍ଦିଘୋଷରୁ ଭକ୍ତଜନଙ୍କୁ କଣେଇ କଣେଇ ଚାହୁଁଛନ୍ତି ସାଆନ୍ତେ । ପବିତ୍ର ଘୋଷଯାତ୍ରା ପାଇଁ ଆଜି ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । କାହିଁ କେତେ ଦୂରରୁ ଭକ୍ତିଟିଏ ଧାଇଁ ଆସିଛି ନୀଳଚଳକୁ ।
ଇଟିଭି ଭାରତ, ପୁରୀ