ୟୁସିସି ଆଇନ୍ ପ୍ରଣୟନ ପ୍ରସ୍ତାବକୁ ବିରୋଧ, ରାଜରାସ୍ତାରେ ଗର୍ଜିଲେ - ୟୁସିସି ଆଇନ୍ ପ୍ରଣୟନ ପ୍ରସ୍ତାବକୁ ବିରୋଧ
🎬 Watch Now: Feature Video
ରାଇରଙ୍ଗପୁର: ୟୁନିଫର୍ମ ସିଭିଲ କୋର୍ଡ ( ୟୁସିସି) ଆଇନ୍ ପ୍ରଣୟନ ପ୍ରସ୍ତାବକୁ ବିରୋଧ କରି ରାଜରାସ୍ତାରେ ଗର୍ଜିଲା ପେସା ଗ୍ରାମସଭା ସମିତି। ପେସା ଗ୍ରାମସଭା ସମିତିର ସଦସ୍ୟମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଭାପତି ପାଣ୍ଡୁରାମ ହେମ୍ବ୍ରମଙ୍କ ନେତୃତ୍ବରେ ଆଦିବାସୀ ମହିଳା ପୁରୁଷଙ୍କ ଶୋଭା ଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ଦିଲ୍ଲୀ ଲ-କମିଶନଙ୍କ ଉଦ୍ଦେଶ୍ୟରେ ସମାନ ନାଗରିକ ସଂହିତା ଆଇନ ପ୍ରଣୟନ ପ୍ରସ୍ତାବ ବିରୁଦ୍ଧରେ ଦାବିପତ୍ର ବା ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ବିଶାଳ ଶୋଭାଯାତ୍ରା ଫଳରେ ବାରିପଦା ସହରର ଟ୍ରାଫିକ ବ୍ୟବସ୍ଥା ୨ ଘଣ୍ଟା ଧରି ଅସ୍ତବ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କ ସମାନ ନାଗରିକ ସଂହିତା ଆଇନ୍ ପ୍ରଣୟନ ପ୍ରସ୍ତାବ, ଜଙ୍ଗଲ ଅଧିକାର ଆଇନ ଉଚ୍ଛେଦ ତଥା ବିଭିନ୍ନ ଆଦିବାସୀ ବିରୋଧି ଷଡଯନ୍ତ୍ର । ଏହାକୁ ଲାଗୁ କରିବାକୁ ଦିଆଯିବ ନାହିଁ ବୋଲି ସମିତି କହିଛି ।
ଇଟିଭି ଭାରତ, ମୟୂରଭଞ୍ଜ