ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାତିରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ - ରାତିରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
🎬 Watch Now: Feature Video
Published : Nov 27, 2023, 7:27 AM IST
|Updated : Nov 27, 2023, 9:00 AM IST
ଖୋର୍ଦ୍ଧା : ଆ-କା-ମା-ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ଉତ୍ସବ । ଧର୍ମ ମାସ କାର୍ତ୍ତିକର ଶେଷ ଦିନ । ଓଡ଼ିଶାର ଧର୍ମୀୟ ଭାବନା ସହ ଜଡିତ କାର୍ତ୍ତିକ ପୂର୍ଣ୍ଣିମା । ଏନେଇ ଚଳଚଞ୍ଚଳ ହୋଇଛି ଗାଁଠୁ ସହର । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ନଦୀ ପୋଖରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ବଡ଼ି ଭୋରୁ ନଦୀରେ ବୁଡ ପକାଇବା ପରେ କଦଳୀ ପାଟୁକା ଓ ସୋଲରେ ତିଆରି ବିଭିନ୍ନ ରଙ୍ଗ ବେଙ୍ଗରକ ଡଙ୍ଗାରେ ପାନଗୁଆ ରଖି ଦୀପ ଜାଳି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଏହି ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି ଜିଲ୍ଲାବାସୀ । ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ପର୍ବକୁ ଉତ୍ସବ ମୁଖର ହୋଇ ଉଠିଛି ଜିଲ୍ଲା । କାର୍ତ୍ତିକ ମାସର ଆଜି ଶେଷ ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ ଜମିଛି ।
ଏହା ମଧ୍ୟ ପଢନ୍ତୁ-ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା, ବଜାରରେ ମେଲିଛି ରଙ୍ଗୀନ ଡଙ୍ଗାର ପସରା
ଇଟିଭି ଭାରତ, ଖୋର୍ଦ୍ଧା