thumbnail

Mangal Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଅପୂର୍ବ ଦୃଶ୍ୟ

By

Published : Jan 9, 2023, 6:42 AM IST

Updated : Feb 3, 2023, 8:38 PM IST

ପୁରୀ: ଜଗତର ନାଥ ଜଗନ୍ନାଥ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିଅନ୍ତାଙ୍କ ନିକଟରେ ପ୍ରତିଦିନ କରାଯାଏ ମଙ୍ଗଳ ଆଳତୀ । ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟାଯାଇ ମଙ୍ଗଳ ଆଳତୀ କରାଯାଇଛି । ପୂଜା ପଣ୍ଡା ହାତରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ କରି ପତିତପାବନ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । ଏହି ସମୟରେ ନିକଟରେ ଥିବା ଭକ୍ତମାନେ ମଧ୍ୟ ଓଁ ନମଃ ଭଗବତେ ବାସୁଦେବାୟ, ଜୟ ଜଗନ୍ନାଥ ମନ୍ତ୍ରରେ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଇଥିଲେ । ତେବେ ସକାଳୁ ସକାଳୁ ଏହି ଆଳତୀ ଦେଖିବା ଦ୍ବାରା ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.