ଭୋଟରଙ୍କୁ ସଚେତନ ଉଦ୍ଦେଶ୍ୟରେ ଆୟୋଜିତ ହେଲା ପଥ ଉତ୍ସବ - ବାଲେଶ୍ୱରରେ ଭୋଟର ସଚେତନା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 28, 2023, 9:10 PM IST

ବାଲେଶ୍ୱର: ଗଣତନ୍ତ୍ରର ମାହାନ ପର୍ବରେ ନୂତନ ଭୋଟରଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ଅଭିନବ ପ୍ରୟାସ । ଭୋଟରମାନଙ୍କୁ ସଚେତନା କରିବା ପାଇଁ ବାଲେଶ୍ୱରରେ ଆଜି ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୋଟର ମାନଙ୍କୁ ସଚେତନ ତଥା ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ଏବଂ ସଂଶୋଧନ କରିବା ଭଳି ଅଭିଯାନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ସଚେତନା କରିବା ପଇଁ ପାଳିତ ହୋଇଛି ପଥ ଉତ୍ସବ । ଜିଲ୍ଲାପାଳଙ୍କ କାଯ୍ୟାଳୟରୁ ଭୋଟର ସଚେତନତା ବାର୍ତ୍ତା ନେଇ ଏକ ଶୋଭାଯୋତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ଉଦଘାଟନରେ ଜିଲ୍ଲାପାଳ ଦତ୍ତାତ୍ରୋୟ ଭାଉସାହେବ ସିନ୍ଦେ, କେନ୍ଦ୍ରାଞ୍ଚଳ RDC ସୁରେଶ ଚନ୍ଦ୍ର ଦଳେଇ, ଆଇଜି ହିମାଂଶୁ ଲାଲ, ଏସପି ସାଗରିକା ନାଥ ,ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୈହାନଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମୋ ଭୋଟ ମୋ ସମ୍ମାନ ସହିତ ନୂତନ ଭୋଟରଙ୍କୁ ଅଭିନନ୍ଦନ କରିବା ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏହି ଉତ୍ସବରେ ମିଶନଶକ୍ତି ଷ୍ଟଲ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାର ସଚେତନା କରିବା ପାଇଁ ଷ୍ଟଲ ଖୋଲାଯାଇଥିଲା । ଏହି ପଥ ଇତ୍ସବରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଏହାର ମୁଖ୍ୟ ଲକ୍ଷ୍ୟ ହେଲା ନୂତନ ଭୋଟରମାନଙ୍କୁ ଆକୃଷ୍ଟ କରିବା ଏବଂ ସେମାନଙ୍କୁ ଗଣତନ୍ତ୍ରର ମାହାନ ପର୍ବରେ ସାମିଲ କରିବା । ଏଥିରେ ବିଭିନ୍ନ ପ୍ରକାର ନାଚଗୀତ ସାଙ୍ଗକୁ ରଙ୍ଗୋଲି, ଝୋଟି, କୁଇଜ ସହିତ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରି ସଚେତନା କରାଯାଇଥିଲା । ଏହା ସକାଳ ୬ଟାରୁ ୧୦ଟା ପଯ୍ୟନ୍ତ ଚାଲିଥିଲା । ଏହି କାଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ଯୁବକଯୁବତୀ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ବାଲେଶ୍ୱରବାସୀଙ୍କ ଉତ୍ସାହ ଓ ଏପରି କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ଦେଖି ସମସ୍ତଙ୍କ ମତ ଅନୁସାରେ ପ୍ରତିମାସ ଏଭଲି ଉତ୍ସବ ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କ ମତଦାନ ସମ୍ପର୍କିତ ସମସ୍ୟା ଦୂର କରାଯିବ । 

ଏହା ମଧ୍ୟ ପଢନ୍ତୁ...ପଥ ଉତ୍ସବ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.