ETV Bharat / state

ଟୋଲ ଟ୍ୟାକ୍ସ ମାଡ଼ରେ ଚେପା ସମ୍ବଲପୁର ଗାଡି ମାଲିକ - SAMBALPUR TOLL TAX ISSUE

ଟୋଲ ଗେଟ ଜାଲରେ ସମ୍ବଲପୁର ସହର । ଗାଡି ମାଲିକଙ୍କ ଦାବି ଟୋଲ ଟ୍ୟାକ୍ସ ହେଉ କୋହଳ ।

SAMBALPUR TOLL TAX PROBLEMS
SAMBALPUR TOLL TAX PROBLEMS (ETV Bharat Odisha)
author img

By ETV Bharat Odisha Team

Published : Feb 16, 2025, 5:35 PM IST

ସମ୍ବଲପୁର: ଟୋଲ ଟ୍ୟାକ୍ସ ମାଡ଼ରେ ଚେପା ସମ୍ବଲପୁର ସହର ବାସୀ l ସମ୍ବଲପୁର ସହରରୁ ଯେଉଁପଟେ ଗଲେ ପଡୁଛି ଟୋଲ ପ୍ଲାଜା l ସହରରୁ 30 କିମି ଦୂରତାରେ ଚତୁଃପାର୍ଶ୍ଵରେ ଟୋଲ ପ୍ଲାଜା ପଡୁଥିବାରୁ ଏବେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ଲୋକର ପକେଟ ଉପରେ ଏହାର ମାଡ଼ ପଡୁଛି l ସମ୍ବଲପୁରରୁ ଝାରସୁଗୁଡା, ସମ୍ବଲପୁରରୁ ଦେବଗଡ଼, ସମ୍ବଲପୁରରୁ କଟକ, ସମ୍ବଲପୁରରୁ ବରଗଡ଼ ଯେଉଁପଟେ ଗଲେ ଲୋକଙ୍କୁ ଟୋଲ ଟ୍ୟାକ୍ସ ଦେବାକୁ ପଡୁଛି ଯାହା ସାଧାରଣ ଲୋକଙ୍କ ପକେଟକୁ ବାଧୁଛି l ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ଆଜି ସମ୍ବଲପୁର କଟକ ରାସ୍ତାର ହାତିବାରୀ ଠାରେ ନୁଆ ଟୋଲ ପ୍ଲାଜାରେ ସମ୍ବଲପୁର ସହର ତଥା ଜୁଯୁମୁରା ବ୍ଲକବାସୀଙ୍କୁ କେତେଟା କୋହଳ କରିବାକୁ ଦାବି କରି ଆଜି ସ୍ଥାନୀୟ ଲୋକେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି l

sambalpur toll tax issue (ETV Bharat Odisha)

ଟୋଲ ପ୍ଲାଜା ଘେରରେ ସମ୍ବଲପୁର ସହର l ସହରର ଯେଉଁ ଦିଗକୁ ବାହାରିଲେ 30 କିମି ଯାଉ ଯାଉ 100 ଟଙ୍କା ଟୋଲ ଟ୍ୟାକ୍ସ ଦେବାକୁ ପଡୁଛି l ସମ୍ବଲପୁର ସହରରୁ ଝାରସୁଗୁଡା ରାସ୍ତା ବିଜୁ ଏକ୍ସପ୍ରେସ ୱେରେ 16 କିମି ଦୂରତା ରେ ଶାସନ ଠାରେ ରହିଛି ଏକ ଟୋଲ ପ୍ଲାଜା l ଏହା ପରେ ସମ୍ବଲପୁର ସହର ରୁ ଦେବଗଡ଼ ରାସ୍ତା 18 କିମି ଦୂରତା ରେ ନୀଲଡୁଙ୍ଗରି ଠାରେ ରହିଛି ଆଉ ଏକ ଟୋଲ ପ୍ଲାଜା l ପୁଣି ସମ୍ବଲପୁର ରୁ କଟକ ରାସ୍ତାର 21 କିମି ଦୂରତା ରେ ହାତିବାରୀ ଠାରେ ରହିଛି ଆଉ ଏକ ଟୋଲ ପ୍ଲାଜା l ଅନ୍ୟପଟେ ସମ୍ବଲପୁର ରୁ ବରଗଡ଼ ରାସ୍ତାର 39 କିମି ଦୂରତା ରେ ବାରହାଗୁଡା ଠାରେ ରହିଛି ଆଉ ଏକ ଟୋଲ ପ୍ଲାଜା l ମାନେ ଚାରି ଦିଗ ଯେଉଁପଟେ ପ୍ରାଇଭେଟ କାରରେ ଗଲେ ଦେବାକୁ ପଡୁଛି ଟୋଲ ଟ୍ୟାକ୍ସ l ଯିବା ଆସିବା ବାବଦକୁ ପାଖାପାଖି 200ଟଙ୍କା ପଡୁଛି l ଆଉ କମରସିଆଲ ଗାଡି ପାଇଁ ଅଧିକ ଟଙ୍କା ଦେବାକୁ ପଡୁଛି l ଏଭଳି ସ୍ଥିତି ରେ ଆଜି ସମ୍ବଲପୁର ଜୁଯୁମୁରା ଅଞ୍ଚଳ ର ଏନ.ଏଚ-55 ସଂଗ୍ରାମ ସମିତି ର ସଦସ୍ୟ ମାନେ ସ୍ଥାନୀୟ ଲୋକଙ୍କ ସହ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ହାତିବାରୀ ଟୋଲ ପ୍ଲାଜାରେ ସ୍ଥାନୀୟ ଗାଡି ମାନଙ୍କ ପ୍ରତି ଟୋଲ ଟ୍ୟାକ୍ସ ରେ କିପରି କୋହଳ ହୋଇ ପାରିବ ସେନେଇ ପଦକ୍ଷେପ ନେବାକୁ ଦାବି ପତ୍ର ଦେଇଛନ୍ତି l

sambalpur toll tax issue

ସୂଚନା ଯୋଗ୍ୟ ଯେ ଜୁଯୁମୁରା ବ୍ଲକ ମୁଖ୍ୟାଳୟ ଟୋଲ ପ୍ଲାଜାର ଗୋଟିଏ ପାର୍ଶ୍ୱରେ ଥିବା ବେଳେ ଅନ୍ୟପାର୍ଶ୍ଵ ରେ ଏହାର 11ଟି ପଞ୍ଚାୟତ ରହୁଛି l ଏହି ଅଞ୍ଚଳର ଲୋକେ ପ୍ରତ୍ୟେକ ଦିନ ବ୍ଲକ ମୁଖ୍ୟାଳୟ କୁ ଯିବା ଆସିବା କରୁଥିବା ବେଳେ ସେମାନଙ୍କୁ ମଧ୍ୟ ଟୋଲ ଟ୍ୟାକ୍ସ ଦେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି l

ଏହା ବି ପଢନ୍ତୁ- ବିନା ଇନ୍ସୁରାନ୍ସରେ ଗାଡି ଚଳାଉଛନ୍ତି କି ? ଧରିବ ଟୋଲଗେଟ, କଟିବ ଫାଇନ - ODISHA TRAFFIC RULE

ସ୍ଥାନୀୟ ଅଞ୍ଚଳର ଏକ କମରସିଆଲ ଟାଟା ମେଜିକ ରଖିଥିବା ବ୍ୟବସାୟୀ ଦିଲ୍ଲୀପ ବେହେରା କୁହନ୍ତି, "ଜଣେ ବ୍ୟକ୍ତି ଯଦି ରୋଜି ରୋଟି ପାଇଁ କମରସିଆଲ ଉଦ୍ଦେଶ୍ୟ ରେ ଏକ ଟାଟା ମ୍ୟାଜିକ ଗାଡି ରଖିଛି ଦୈନିକ ଯିବା ପାଇଁ 180 ଟଙ୍କା ଓ ଫେରିବା ପାଇଁ 90 ଟଙ୍କା ଦେବାକୁ ପଡୁଛି l ଅନ୍ୟପଟେ ପ୍ରାଇଭେଟ ଗାଡି (କାର )ରେ ଦୈନିକ ଯିବା ପାଇଁ 110 ଟଙ୍କା ଓ ଫେରିବା ପାଇଁ 55 ଟଙ୍କା ଦେବାକୁ ପଡୁଛି l ଠିକ ସେହିପରି ମାସିକିଆ ପାସ ତିଆରି କଲେ ପ୍ରାଇଭେଟ ଗାଡି(କାର ) କୁ ମାସିକ 3400 ଟଙ୍କା ପଡୁଥିବା ବେଳ,ପ୍ରାଇଭେଟ ଯାତ୍ରୀବାହି ବସ ଙ୍କୁ ମାସିକ 1000 ଟଙ୍କା ଦେବାକୁ ପଡୁଛି କିନ୍ତୁ ଟାଟା ମେଜିକ ପରି କମରସିଆଲ ଭାଇକିଲ ରଖିଥିବା ବ୍ୟକ୍ତି କୁ,ମାସିକ ପାସ ତିଆରି କଲେ 3400 ଦେବାକୁ ପଡୁଛି ଯାହା ଏକ ମ୍ୟାଜିକ ଗାଡି ମାଲିକ ପକ୍ଷରେ ଦେବା ଅସମ୍ଭବ ।"

ଅନ୍ୟପଟେ ଜୁଯୁମୁରା ର ଏନଏଚ-55 ସଂଗ୍ରାମ ସମିତି ର ସମ୍ପାଦକ ଅରୁଣ କୁମାର ଦେହୁରୀ କହିଛନ୍ତି, "ଆମେ ଚାହୁଁଛୁ ଯେ ହାତିବାରୀ ଟୋଲ ପ୍ଲାଜାରେ ସମ୍ବଲପୁର ଜିଲ୍ଲା ର OD-15 ନମ୍ବର ଥିବା ଗାଡି ଗୁଡିକୁ ଫ୍ରି କରାଯାଉ l ତେବେ ଏହି ବିଷୟ ନେଇ ଆମେ ଯେତେବେଳେ ଟୋଲ ପ୍ଲାଜା ପାଖକୁ ଆଲୋଚନା ପାଇଁ ଯାଉଛୁ ସେମାନେ ଆକ୍ରମଣ କରୁଛନ୍ତି l ସେଥିପାଇଁ ଆମେ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛୁ ଓ ସମ୍ବଲପୁର ଜିଲ୍ଲା ର OD-15 ନମ୍ବର ଥିବା ସବୁ ଗାଡିକୁ ହାତିବାରୀ ଟୋଲ ପ୍ଲାଜା ରେ ଫ୍ରି କରିବାକୁ କହିଛୁ l"

ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏହି ପ୍ରସଙ୍ଗ ରେ କହିଛନ୍ତି, "ଏନେଇ ଏନଏଚଏଆଇ ର ଆଞ୍ଚଳିକ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଯଥା ସମ୍ଭବ ପଦକ୍ଷେପ ନିଆଯିବ l"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.