thumbnail

By ETV Bharat Odisha Team

Published : Sep 3, 2023, 10:44 AM IST

ETV Bharat / Videos

Watch: ଚୋରି କରି ଖସି ଯାଉଥିଲା, ଟ୍ରେନ ଝରକାରେ ଝୁଲି ରହିଲା ଚୋର

ପାଟନା: ଚୋରି କରି ଟ୍ରେନରୁ ପଳାଉଥିଲା ଚୋର । କିନ୍ତୁ ଚଳନ୍ତା ଟ୍ରେନର ଝରକାରେ ଝୁଲିକି ରହିଲା ଚୋର । ଯାତ୍ରୀଙ୍କ ସାହାଯ୍ୟ ଯୋଗୁଁ ଅଳ୍ପକେ ବର୍ତ୍ତିଗଲା ଚୋରର ଜୀବନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିହାରର କଟିହାର-ସମସ୍ତିପୁରକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଚଳନ୍ତା ଟ୍ରେନରେ ଚୋରର ଜୀବନ ବଞ୍ଚାଇବା ସହ ଯାତ୍ରୀ ମାନେ ଅନ୍ୟ ଏକ ଷ୍ଟେସନରେ ଟ୍ରେନ ଅଟକିବା ପରେ ଜିଆରପି ପୋଲିସକୁ ହସ୍ତାନ୍ତର କରିଥିଲେ। ଯୁବକ ଜଣଙ୍କ ଟ୍ରେନରୁ ଜଣେ ମହିଳାଙ୍କ ବ୍ୟାଗ ଓ ପର୍ସ ଛଡାଇ ନେଇ ଦୌଡିବାକୁ ଲାଗିଥିଲେ । ଏହାପରେ ଟ୍ରେନ ଝରକାରେ ଲାଗିଥିବା ଲୁହା ରଡରେ ଝୁଲି ଲୁଚିବାକୁ ଚେଷ୍ଟା କରିଥିଲା । କିନ୍ତୁ ହାତରେ ଯନ୍ତ୍ରଣା ହେବାରୁ ଯାତ୍ରୀ ମାନେ ତାଙ୍କୁ ଧରିପକାଇଥିଲେ ଏବଂ ପରବର୍ତ୍ତୀ ଷ୍ଟେସନ ବାଚ୍ଛଓ୍ବାରାରେ ଟ୍ରେନ ଅଟକିବାରୁ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ । ଯୁବକ ଜଣଙ୍କ ହେଉଛନ୍ତି ହେମନ୍ତ କୁମାର । ପୋଲିସ ଯୁବକଙ୍କୁ ପଚରା ଉଚରା ପରେ ଛାଡି ଦେଇଛି ।       

ଏହା ମଧ୍ୟ ପଢନ୍ତୁ-ଚଳନ୍ତା ଟ୍ରେନ ଝରକାରେ ଫସିଲେ ବୃଦ୍ଧ; ଜୀବନ ବଞ୍ଚାଇଲେ ଯାତ୍ରୀ, ଦେଖନ୍ତୁ ଭୟାବହ ଦୃଶ୍ୟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.