ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ, ବିଦ୍ୟାଳୟରେ ତାଲା ପକାଇଲେ ଅବିଭାବକ
🎬 Watch Now: Feature Video
ଢେଙ୍କାନାଳ: ସ୍କୁଲ ଆଗରେ ଗ୍ରାମବାସୀଙ୍କ ଧାରଣା । ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବିଦ୍ୟାଳୟରେ ତାଲା ପକାଇଲେ ଅବିଭାବକ । ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଜିରିଡାମାଳି ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ । ପ୍ରଧାନ ଶିକ୍ଷକ ହାଏ ହାଏ ନାରାବାଜି କରିବା ସହ ବଦଳି ଦାବି କରିଛନ୍ତି ଆନ୍ଦୋଳନକାରୀ ।
ଅଭିଭାବକମାନେ ଅଭିଯୋଗ କରିଛନ୍ତି ୨୦୦୫ ମସିହାରୁ ଜିରିଡାମାଳି ରଘୁନାଥଜିୟୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ତପନ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରେ ସେ ନିଜ ମନମୁତାବକ ସ୍କୁଲ କମିଟି ଗଠନ କରିଥିଲେ । ଫଳରେ ସ୍କୁଲରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିନାହିଁ । ଏହାସହ ପ୍ରଧାନ ଶିକ୍ଷକ ଜଣକ ସରକାରଙ୍କ ଗାଇଡ ଲାଇନ ଅନୁସାରେ କୈାଣସି କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି । ସ୍କୁଲରେ ଗଠନ ହୋଇଥିବା SMC କମିଟିରେ ଥିବା ମେମ୍ବରମାନେ କୈାଣସି ମିଟିଂ କିମ୍ବା ସ୍କୁଲର ଉନ୍ନତି ହେଉଥିବା କାର୍ଯ୍ୟ ବିଷୟରେ ସୂଚନା ପାଇପାରୁ ନାହାନ୍ତି ।
ତେବେ ଏହାକୁ ନେଇ ଅବିଭାବକମାନେ ପୁର୍ବରୁ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ତେଣୁ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚି ଆଲୋଚନା କରି ବିଫଳ ହୋଇଥିଲେ । ଏହା ପରେ ଉପଜିଲ୍ଲାପାଳ ପହଞ୍ଚି ୧୫ ଦିନ ଭିତରେ ସମସ୍ତ ଦାବିଗୁଡିକ ପୂରଣ କରିବା ପାଇଁ ପ୍ରତିଶୃତି ପରେ ଧାରଣାରୁ ହଟିଥିଲେ ଆନ୍ଦୋଳନକାରୀ ।
ଏହା ମଧ୍ୟ ପଢନ୍ତୁ....ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ: ସ୍କୁଲରେ ତାଲା ପକାଇ ଶିକ୍ଷକଙ୍କ ବିକ୍ଷୋଭ, ତାତିଲେ ଗ୍ରାମବାସୀ
ଇଟିଭି ଭାରତ, ଢେଙ୍କାନାଳ