ଢେଙ୍କାନାଳରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ - ପାଣି ପଞ୍ଚାୟତ ପକ୍ଷ 2024
🎬 Watch Now: Feature Video
Published : Jan 18, 2024, 8:58 AM IST
Pani Panchayat Fortnight: ଢେଙ୍କାନାଳ: ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଆନୂକୁଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବୁଧବାରଠାରୁ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ ହୋଇଛି । ଏହା ଆସନ୍ତା ୩୦ ତାରିଖ ଯାଏଁ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳରେ ମଧ୍ୟ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି । ଏନେଇ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଭିନ୍ନ ସ୍ଥାନରେ ଅତିଥି ଭାବେ ଉପସ୍ଥିତ ରହି ପାଣି ପଞ୍ଚାୟତ ଦ୍ବାରା କୃଷିକ୍ଷେତ୍ରରେ କିପରି ଉନ୍ନତି ଆସିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ଯୋଜନାରେ କୃଷକମାନେ କିପରି ପାଣି ପଞ୍ଚାୟତ ଦ୍ବାରା ସିଧାସଳଖ ବିଭିନ୍ନ ସୁବିଧା ସୁଯୋଗ ପାଇବେ, ଚାଷଜମୀରେ ପାଣି ପାଇବା ଦ୍ବାରା କୃଷକ କିପରି ଅଧିକ ସମୟ ଫସଲ କରିବେ ସେ ସଂପର୍କିତ ତଥ୍ୟ ପ୍ରକାଶ କରିଥିଲେ । ଏହି ପାଣି ପଞ୍ଚାୟତ ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସହିତ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କୃତି ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- କାଲିଠୁ ପାଣି ପଞ୍ଚାୟତ ପକ୍ଷ-୨୦୨୪, ସଚେତନତା ବାର୍ତ୍ତା ଦେବ ରଥ
ପ୍ରକାଶ ଥାଉକି, ଗତକାଲି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପାଣି ପଞ୍ଚାୟତ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ରଥ ଜିଲ୍ଲାର ସମସ୍ତ ବୃହତ, ମଧ୍ୟମ, କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ଓ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ମୁଖ୍ୟାଳୟ ଭ୍ରମଣ କରି ପାଣି ପଞ୍ଚାୟତର ଆଭିମୁଖ୍ୟ ବିଷୟରେ ପ୍ରଚାର କରିବ l ତେବେ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ଜଳ ବଣ୍ଟନ, ସଂରକ୍ଷିତ ଜଳକୁ ପୁନଃ ବ୍ୟବହାର କରିବା, ଅଧିକ ଫସଲରେ ବ୍ୟବହାର କରିବା ଓ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ସମ୍ପର୍କରେ ସଚେତନତା କରିବା ପାଣି ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ।
ଇଟିଭି ଭାରତ, ଢେଙ୍କାନାଳ