ପିଇଓଙ୍କ ଆନ୍ଦୋଳନ ଜାରି: ପଞ୍ଚାୟତରେ ଝୁଲିଲା ତାଲା, ଲୋକେ ହନ୍ତସନ୍ତ

By ETV Bharat Odisha Team

Published : Aug 30, 2023, 6:50 PM IST

thumbnail

ଅନୁଗୋଳ: ଦୁଇ ଦଫା ଦାବି ନେଇ ଆନ୍ଦୋଳନରେ ପଞ୍ଚାୟତ ନିର୍ବାହୀଅଧିକାରୀ(ପିଇଓ) । ଜିଲ୍ଲାର ସମସ୍ତ ପିଇଓ ସାମୂହିକ ଛୁଟିରେ ଯାଇ ଅନୁଗୋଳ ତହସିଲ ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି । ଦିନେ କି ଦୁଇ ଦିନ ନୁହେଁ ବରଂ 13 ଦିନ ଧରୀ ସମସ୍ତ ପିଇଓ ଛୁଟିରେ ଥିବା ବେଳେ ପଞ୍ଚାୟତର ସମସ୍ତ କାମ ଠପ୍ ହୋଇପଡ଼ିଛି । ବିଭିନ୍ନ କାମ ନେଇ ପଞ୍ଚାୟତକୁ ଯାଉଥିବା ଲୋକ ନିରାଶ ହୋଇ ଫେରୁଛନ୍ତି । 

ସୂଚନା ମୁତାବକ, ସରକାରଙ୍କ ପାଖରେ ବହୁବାର ଦାବି ଉପସ୍ଥାପନ କରିବା ପରେ କୌଣସି ସୁଫଳ ନପାଇ ଗତ ୧୮ ତାରିଖରୁ ଜିଲ୍ଲାର ସମସ୍ତ ପିଇଓ ଅନୁଗୋଳ ତହସିଲ ଅଫିସ୍ ସାମ୍ନାରେ ଧାରଣାରେ ବସିଛନ୍ତି । ପିଇଓଙ୍କ ଦାବି ଅନୁଯାୟୀ, ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତଦୁଇରୁ ଗ୍ରାଜୁଏସନ୍ କରିବା । ଦରମା ହାର ୨୧ ହଜାର ୭୦୦ରୁ ୩୫ ହଜାର ୪୦୦ ଟଙ୍କାକୁ ବୃଦ୍ଧି କରାଯାଉ । ସେହିପରି ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ନିର୍ବାହୀ ଅଧିକାରୀମାନଙ୍କୁ ପଦୋନ୍ନତି କରିବା । ସରକାର ଏହି ଦୁଇଟି ଦାବି ପୂରଣ ନକରିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ପିଇଓମାନଙ୍କ ସାମୂହିକ ଛୁଟି ଯୋଗୁଁ ପଞ୍ଚାୟତ ସ୍ତରରେ କାର୍ଯ୍ୟ ହେଉଥିବା ସରକାରଙ୍କ ଉନ୍ନୟନମୂଳକ କାମ ଠପ୍ ହୋଇପଡ଼ିଛି । ବିଭିନ୍ନ ଯୋଜନା ପାଇବାରେ ହିତାଧିକାରୀ ଓ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.