କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଲା ପିଇଓ ସଙ୍ଘ, ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ - ପଞ୍ଚାୟତକୁ କ୍ରିୟାଶୀଳ କରିବାକୁ ଦାବି
🎬 Watch Now: Feature Video
କେନ୍ଦୁଝର: କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଲା ପିଇଓ ସଙ୍ଘ । ଗ୍ରାମପଞ୍ଚାୟତର ମୁଖ୍ୟ ଭାବରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତୃଣମୂଳ ସ୍ତରରେ କାର୍ଯ୍ୟ ସଞ୍ଚାଳକ ଓ ସମ୍ପାଦନ କରୁଛନ୍ତି । ସେହିପରି ଗ୍ରାମାଞ୍ଚଳରେ କାର୍ଯ୍ୟକ୍ଷମ ୧୪ ବିଭାଗର ୨୯ ଟି ଦାୟିତ୍ୱ ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିବାବେଳେ ପିଇଓଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
"ଦାରିଦ୍ର୍ୟ ଦୂରୀକରଣ ଯୋଜନା, ମୋ ଘର ଯୋଜନା, ଏମଜିଏନଆରଜିଏ ,ସିସି ରୋଡ ଆଦି ଯୋଜନାକୁ ଜୀବନ ବିପନ୍ନ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସମ୍ପାଦନ କରି ଆସୁଛନ୍ତି । ଏହି ସବୁ କାର୍ଯ୍ୟ କରୁଥିବା ସମୟରେ ସାମାନ୍ୟ ଭୁଲ ହେଲେ ପଞ୍ଚାୟତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ ସରକାର ପଞ୍ଚାୟତ ଅଧିକାରୀଙ୍କ କୋୖଣସି ଦାବିକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି" ବୋଲି ଅଭିଯୋଗ କରିଛନ୍ତି ସଂଘର ସଦସ୍ୟ। ତେବେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ପ୍ରବେଶିକା ପରୀକ୍ଷାରେ ଯୁକ୍ତ 2ରୁ ଯୁକ୍ତ 3 ପର୍ଯ୍ୟନ୍ତ କରିବା ସହ ଗ୍ରେଡ ପେ ଲେବଲ ୫ରୁ ଲେବେଲ ୯ ପର୍ଯ୍ୟନ୍ତ କରିବାକୁ ଦାବି କରିଛନ୍ତି ।
ଏହା ବି ପଢନ୍ତୁ...ଟ୍ରଲରରେ ଖଣିଜ ପରିବହନକୁ ଟ୍ରକ ମାଲିକ ସଙ୍ଘର ବିରୋଧ, ଆନ୍ଦୋଳନ ଚେତାବନୀ
ଏହାସହ କାର୍ଯ୍ୟକାଳର 10 ବର୍ଷ ପୂରଣ କରିଥିବା ପିଇଓଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ଅବସ୍ଥିତ କରିବା ସହ OPRS କ୍ୟାଡରରେ ପିଇଓଙ୍କୁ ନିଯୁକ୍ତି ଦାବି ହୋଇଛି। ଆଜି ଏନେଇ ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପିଇଓମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଆସନ୍ତା 15 ଦିନ ମଧ୍ୟରେ ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, କେନ୍ଦୁଝର