thumbnail

By

Published : Mar 29, 2023, 3:59 PM IST

ETV Bharat / Videos

1 ଲକ୍ଷ 108 ରାମ ନାମରେ ରାମ ଦରବାର ପେଣ୍ଟିଂ କରି ଚର୍ଚ୍ଚାରେ ସୁଶ୍ରୀ ସୁମନ୍‌

କେନ୍ଦୁଝର: କୁହାଯାଏ କଳା ଏକ ନିଶା । ଥରେ ଯିଏ କଳାରେ ବୁଡିଯାଏ, ତାକୁ ଦୁନିଆର ସବୁ କିଛି ତୁଚ୍ଛ ମନେ ହୁଏ । ଏହିପରି ଭାବେ ଚାକିରିକୁ ତୁଚ୍ଛ କରି କଳାକୁ ନିଷ୍ଠା ଏବଂ ପେସା କରିଥିବା ଜଣେ କଳାକାର ହେଉଛନ୍ତି କେନ୍ଦୁଝର ପୁରୁଣାବଜାର ଅଞ୍ଚଳର ପ୍ରସନ୍ନ ପତିଙ୍କ ଝିଅ ସୁଶ୍ରୀ ସୁମନ୍‌ । ପେଣ୍ଟିଂ ସହ ସ୍ୟାଣ୍ଡ ଆର୍ଟ ଏବଂ ଆନିମେସନରେ ରୁଚି ରଖୁଥିବା ସୁମନ ପବିତ୍ର ରାମ ନବମୀକୁ ଦୃଷ୍ଟିରେ ରଖି  1 ଲକ୍ଷ 108 ରାମ ନାମରେ, ରାମ ଦରବାର ପେଣ୍ଟିଂ କରି ବେଶ ଚର୍ଚ୍ଚା ସାଉଁଟିଛନ୍ତି । ପେନ୍‌ ଏବଂ ସ୍କେଚ୍‌ ସାହାଯ୍ୟରେ ନିଖୁଣ କଳାକାରିଗରୀ ବଳରେ ଦୀର୍ଘ ୧୪ ଦିନ ପରିଶ୍ରମରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କୁ ନେଇ ଏହି ନିଆରା କଳାକୃତି ଆଙ୍କିଛନ୍ତି ସୁମନ୍‌ । ତାଙ୍କର ଏହି ଫଟୋ ଏବେ ସେସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଥିବା ବେଳେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.