thumbnail

By

Published : Jun 14, 2023, 8:56 PM IST

ETV Bharat / Videos

ପହିଲି ରଜରେ ଉତ୍ସବ ମୁଖର ନିଆଳି, ନାଚଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନିଆଳି: କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତରେ ବେଶ ଧୁମଧାମରେ ପହିଲି ରଜ ପାଳନ ହୋଇଛି । ଜଲ୍ଲାରପୁର ହାଇସ୍କୁଲ ନିକଟ ଆମ୍ବତୋଟା ଠାରେ ସମାଜସେବୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ରଜ ପର୍ବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପଞ୍ଚାୟତର ସମସ୍ତ ବର୍ଗର ଲୋକମାନେ ନିଜକୁ ସାମିଲ କରି ପ୍ରଥମ ରଜକୁ ବେଶ ଆଡ଼ମ୍ବର ସହକାରେ ପାଳିତ କରିଛନ୍ତି । ଏଠାରେ ଝିଅ ଓ ମହିଳା ମାନଙ୍କ ଲାଗି ଦୋଳି, ପୋଡ ପିଠା, ପାନ, ମେହେନ୍ଦି ଏବଂ ପୁରୁଷ ବର୍ଗର ଲୋକମାନଙ୍କ ପାଇଁ ତାସ ଖେଳ ଆୟୋଜନ କରାଯାଇଛି । ସକାଳୁସକାଳୁ କୁମାରୀମାନେ ନୂତନ ବସ୍ତ୍ର ପରିଧାନ କରି ସାଙ୍ଗସାଥି ମେଳରେ ଦୋଳି ଖେଳିଛନ୍ତି । ରଜ ପାନ ସାଙ୍ଗକୁ ପିଠାପଣାରେ ପୁରା ପରିବେଶ ମହକି ଉଠିଛି । ଇଂରାଜୀ ନୂଆବର୍ଷରେ ଯେମିତି ମାଛ, ମାଂସ ଓ ଭୋଜି ଭାତରେ ବିତାନ୍ତି, ଆଜି ବୁଧବାର ପହିଲି ରଜ ପଡ଼ିଥିବାରୁ ଗାଁ ଗଣ୍ଡାରୁ ଆସୁଛି ଆମୀଷ ବାସ୍ନା ଆସିଥିଲା । 

ଇଟିଭି ଭାରତ, ନିଆଳି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.