ETV Bharat / entertainment

ପରଲୋକରେ ମନମୋହନ ସିଂ; ସେଲିବ୍ରିଟିଙ୍କ ଶୋକ - CELEBS MOURN MANMOHAN SINGH DEATH

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ସେଲିବ୍ରିଟି ।

CELEBS MOURN MANMOHAN SINGH DEATH
CELEBS MOURN MANMOHAN SINGH DEATH (IANS/ANI)
author img

By ETV Bharat Entertainment Team

Published : 17 hours ago

ହାଇଦ୍ରାବାଦ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି । ଗତକାଲି (ଡିସେମ୍ୱର 26) ବିଳମ୍ବିତ ସନ୍ଧ୍ୟାରେ 92 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମନମୋହନ ସିଂ ଦିଲ୍ଲୀର AIIMS ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ବିୟୋଗକୁ ନେଇ ଦେଶରେ ଶୋକର ଛାୟା ଖେଳିଯାଇଛି । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଫିଲ୍ମ ସେଲିବ୍ରିଟିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

କପିଲ ଶର୍ମାଙ୍କ ଶୋକ

କମେଡି କିଙ୍ଗ କପିଲ ଶର୍ମା ମନମୋହନ ସିଂଙ୍କ ଦେହାନ୍ତରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ସେ ଏକ୍ସରେ ମନମୋହନ ସିଂଙ୍କ ସହ ସାକ୍ଷାତକାରର ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଭାରତ ଆଜି ଜଣେ ଶ୍ରେଷ୍ଠ ନେତାଙ୍କୁ ହରାଇଛି । ଭାରତର ଅର୍ଥନୈତିକ ସଂସ୍କାରର ସ୍ଥପତି ତଥା ସଚ୍ଚୋଟତା ଏବଂ ନମ୍ରତାର ଆଇକନ୍ ଡକ୍ଟର ମନମୋହନ ସିଂ ପ୍ରଗତି ଏବଂ ଆଶାର ଉତ୍ତରାଧିକାରୀ ଛାଡି ଚାଲିଯାଇଛନ୍ତି । ତାଙ୍କର ବୁଦ୍ଧି, ଉତ୍ସର୍ଗୀକୃତ ଏବଂ ଦୂରଦୃଷ୍ଟି ଆମ ଦେଶକୁ ବଦଳାଇଦେଇଛି । ଆପଣଙ୍କ ଅବଦାନ କେବେବି ଭୁଲିପାରିବୁ ନାହିଁ । ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ।''

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସନ୍ନି ଦେଓଲଙ୍କ ଶ୍ରଦ୍ଧାଞ୍ଜଳୀ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ ଏକ୍ସରେ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସନ୍ନି ଦେଓଲ । ସେ ଦୁଃଖ ପ୍ରକାଶ କରିବା ସହ ମନମୋହନ ସିଂଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ସେ ଦେଶରେ ଅର୍ଥନୈତିକ ଉଦାରୀକରଣରେ ତାଙ୍କର ଭୂମିକାକୁ ମନେ ପକାଇଛନ୍ତି ।

ଦୁଃଖ ପ୍ରକାଶ କଲେ ରଣଦୀପ ହୁଡା

ବଲିଉଡ ଅଭିନେତା ରଣଦୀପ ହୁଡା ମଧ୍ୟ ଏକ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ଲେଖିଛନ୍ତି, ''ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ଭାରତର ଅର୍ଥନୈତିକ ଉଦାରୀକରଣରେ ତାଙ୍କର ସମ୍ମାନଜନକ ନେତୃତ୍ୱ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଶକୁ ପରିବର୍ତ୍ତନ କରିଥିଲା । ତାଙ୍କର ବୁଦ୍ଧି ଏବଂ ସଚ୍ଚୋଟତା ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ।''

ଜେନିଲିଆ ଏବଂ ରିତେଶ ଦେଶମୁଖଙ୍କ ଶୋକ

ବଲିଉଡ ଅଭିନେତା ତଥା ଦମ୍ପତି ଜେନେଲିଆ ଦେଶମୁଖ ଏବଂ ରିତେଶ ଦେଶମୁଖ ମଧ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତକୁ ନେଇ ସମବେଦନା ଜଣାଇଛନ୍ତି । ରିତେଶ ଲେଖିଛନ୍ତି, 'ଆଜି ଆମେ ଭାରତର ଜଣେ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀଙ୍କୁ ହରାଇଛୁ । ଜଣେ ପ୍ରକୃତ ଦେଶପ୍ରେମୀ, ରାଜନେତା ତଥା ଅର୍ଥନୀତିଜ୍ଞର ଉତ୍ତରାଧିକାରୀ ଛାଡି ଚାଲିଯାଇଛନ୍ତି ।' ସେହିପରି ସାଉଥ ଫିଲ୍ମ ସୁପରଷ୍ଟାର ତଥା ମାଲାୟାଲମ୍ ଅଭିନେତା ମାମୁତି, ମେଗାଷ୍ଟାର ଚିରଞ୍ଜୀବୀ, ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ନିମ୍ରତ କୌର ଭଳି ଅନେକ ସେଲିବ୍ରିଟି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କାଲି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ଏହି ବଲିଉଡ ଫିଲ୍ମ ମନମୋହନ ସିଂଙ୍କ ଉପରେ ନିର୍ମିତ

ମନମୋହନ ସିଂଙ୍କ ଉପରେ ଏକ ଫିଲ୍ମ 'ଦି ଆକ୍ସିଡେଣ୍ଟାଲ୍ ପ୍ରଧାନମନ୍ତ୍ରୀ' ମଧ୍ୟ ନିର୍ମାଣ କରାଯାଇଛି । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ମନମୋହନ ସିଂ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ମନମୋହନ ସିଂଙ୍କ ଜୀବନର ଆହ୍ୱାନ ଉପରେ ଧ୍ୟାନ ଦେଇଥାଏ । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖନ୍ନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । 2019ରେ ଏହି ଫିଲ୍ମ ରିଲିଜ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.