thumbnail

By

Published : Nov 24, 2022, 7:56 PM IST

Updated : Feb 3, 2023, 8:33 PM IST

ETV Bharat / Videos

padmapur by poll: କମ୍ପୁଛି ପ୍ରଚାର ମୈଦାନ, ତ୍ରିମୁଖୀ ଲଢେଇ ଆରମ୍ଭ

ଭୁବନେଶ୍ବର: କମ୍ପୁଛି ପ୍ରଚାର ମୈଦାନ । ପଦ୍ମପୁର ଉପନିର୍ବାଚନ ନେଇ ତ୍ରିମୁଖୀ ଲଢେଇ ଆରମ୍ଭ ହୋଇଯାଇଛି । ଶାସକ ବିଜେଡି ପକ୍ଷରୁ ମନ୍ତ୍ରୀ, ବିଧାୟକ, ନେତା ପ୍ରତି ପଞ୍ଚାୟତ ୱାର୍ଡ ଜଗି ରହିଛନ୍ତି । ପଦ୍ମପୁର ଚାଷୀମାନଙ୍କୁ ନିଜ ସପକ୍ଷରେ ନେବାକୁ ମୁଖ୍ୟମନ୍ତ୍ରୀ ଇନପୁଟ ସବ୍‌ସିଡ଼ି, ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ନେଇ ପ୍ରତିଶୃତି । ସେପଟେ ବିଜେପି ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ଦେବା, ଚାଷୀଙ୍କ ଭାବାବେଗକୁ ଛୁଇଁ ନିଜ ସପକ୍ଷରେ ଭୋଟ ପାଇବା ପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି । ତେବେ ଏହାରି ଭିତରେ କଂଗ୍ରେସ ମଧ୍ୟ 2019 ସାଧାରଣ ନିର୍ବାଚନରେ ପାଇଥିବା ପ୍ରାୟ 32 ହଜାର ଭୋଟକୁ ହାତେଇବ, ଏଥିନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପଦ୍ମପୁର ବାସୀଙ୍କ ପାଖରେ ରଖୁଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.