ଧନୁଆ ନଦୀରେ ବନ୍ୟା, ଋଣ ଶୁଝିବା ଚିନ୍ତାରେ ଚାଷୀ - Paddy cultivation destroyed in Nimapada

🎬 Watch Now: Feature Video

thumbnail

By

Published : Aug 22, 2022, 8:15 PM IST

Updated : Feb 3, 2023, 8:27 PM IST

ପୁରୀ: ଧନୁଆ ନଦୀର ବନ୍ୟାରେ ନିମାପଡାରେ ଧାନ ଚାଷ ହେଲା ସମ୍ପୂର୍ଣ୍ଣ ଛାରଖାର (paddy cultivation completely destroyed ) । ବନ୍ୟା ପୂର୍ବରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ତଳି ରୋଇ ଥିବା ବେଳେ ବନ୍ୟା ପାଣି ମାଡିଯିବାରୁ ସମ୍ପୂର୍ଣ୍ଣ ଚାଷ ଜମି ବୁଡି ରହିଛି । ଧାନ ତଳି ନଷ୍ଟ ହୋଇଯିବା ନେଇ ଚାଷୀକୂଳ ଚିନ୍ତାରେ । ବନ୍ୟା ଯୋଗୁ ଧାନ ତଳି ନଷ୍ଟ ହେବା ନିଶ୍ଚିତ ହୋଇଥିବା ନେଇ କିଭଳି ବର୍ଷକର ଆହାର ପାଇବେ ଓ ଋଣ ସୁଝିବେ ସେ ନେଇ ଚାଷୀ ଚିନ୍ତାରେ । ପୂର୍ବରୁ ବନ୍ୟା ଦ୍ଵାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଯେଉଁ କ୍ଷତିପୂରଣ ମିଳିଥିଲା ସେଥିରେ କରଜ ସୂଝିବା ସମ୍ଭବ ନୁହେଁ । ତେବେ ଚଳିତ ବନ୍ୟାରେ ଚାଷୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ସରକାର ଫସଲ ହାନି କ୍ଷତିପୂରଣ ରାଶି ବଢ଼ାଇବା ସହ ବ୍ୟାଙ୍କ୍ ଋଣର ବ୍ୟବସ୍ଥା କରିବାକୁ ଚାଷୀ ମତ ଦେଇଛନ୍ତି । ତେବେ ନିମାପଡାରେ ବନ୍ୟା ଯୋଗୁ ଚାଷୀଙ୍କ କଣ କ୍ଷତି ହୋଇଛି, ସେଠାର ବାସ୍ତବ ସ୍ଥିତି କଣ ସେ ନେଇ ନିମାପଡାରୁ ଚାଷୀଙ୍କ ସହ ସିଧାସଳଖ କଥା ହୋଇ ସୂଚନା ଦେଇଛନ୍ତି ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.